ଫ୍ରାଇଡେ ରିଲିଜ୍ ! ଜେଂଟଲମ୍ୟାନ୍ ସିଦ୍ଧାର୍ଥଙ୍କୁ ଟକ୍କର ଦେବେ ବନ୍ଦୁକବାଜ୍ ନୱାଜୁଦ୍ଦିନ୍

1

ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିଛି ‘ଏ ଜେଂଟଲମ୍ୟାନ’ । ସିନେମାରେ ରହିଛି ସିଦ୍ଧାର୍ଥ ମଲହୋତ୍ରାଙ୍କ ଦୈତ ଭୂମିକା । ତାଙ୍କ ବିପକ୍ଷରେ ଅଛନ୍ତି ସିଂହଳି ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ । ଦମଦାର ଆକ୍ସନ ସାଙ୍ଗକୁ ରୋମାନ୍ସ ଏବଂ କମେଡି ରହିଛି ସିନେମାରେ । ଜ୍ୟାକଲିନଙ୍କୁ ଦର୍ଶକ ଆକ୍ସନ ରୋଲରେ ଦେଖିବାକୁ ପାଇବେ । ସେହିପରି ସିନେମାର ଏକ ଗୀତ ଗାଇଛନ୍ତି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ।

ଏହା ବ୍ୟତୀତ ଆଜି ପରଦାକୁ ଆସିଛି ‘ବାବୁମସାଇ ବନ୍ଦୁକବାଜ’ । ସିନେମାରେ ମୁଖ୍ୟ ଭୂମିକାରେ ଅଛନ୍ତି ନୱାଜୁଦ୍ଦିନ୍ ସିଦ୍ଦିକି । ଭିନ୍ନ ସ୍ୱାଦର କାହାଣୀ ସହ ଦମଦାର ଡାଏଲଗ୍ ରହିଛି ଫିଲ୍ମରେ । ଏଥିସହ ସିନେମାରେ କିଛି ଉତ୍ତେଜକ ଦୃଶ୍ୟ ରହିଛି । ଯାହାକୁ ନେଇ ବିବାଦ ଘେରରେ ରହିଛି ସିନେମା ।

ଜେଂଟଲମ୍ୟାନ୍ ଏବଂ ବାବୁମୋସାଇ ବନ୍ଧୁକବାଜ ସହ ରିଲିଜ୍ ହୋଇଛି ‘କୈଦି ବ୍ୟାଣ୍ଡ’ । ଜେଲ୍ ଭିତରେ ୭ଜଣିଆ ଟିମର ବ୍ୟାଣ୍ଡ ତିଆରି କାହାଣୀକୁ ନେଇ ନିର୍ମାଣ ହୋଇଛି ସିନେମା । ୟସରାଜ ମୁଭିଜ ବ୍ୟାନରରେ ତିଆରି ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ହବିବ ଫୈଜଲ । ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ରାଜ କପୁରଙ୍କ ନାତି ଆଦର ଜୈନ୍ ।

ଏହାସହ ପରଦାକୁ ଆସିଛି ଶିଶୁଙ୍କ ପାଇଁ ସିନେମା ‘ସ୍ନିଫ’ । ହିଟ୍ ସିନେମା ‘ଷ୍ଟାନଲି କା ଡବା’ର ନିର୍ଦ୍ଦେଶକ ଅମୋଲ ଗୁପ୍ତେ ସ୍ନିଫ୍ର ନିର୍ଦ୍ଦେଶକ । ଗୋଟେ ଛୋଟ ଶିଶୁର କାହାଣୀ ରହିଛି ସ୍ନିଫରେ । ଶିଶୁଟି କିଭଳି ପିଲାଦିନୁ ଶୁଂଘିପାରୁନି ଓ ପରେ ରସାୟନିକ ପ୍ରକ୍ରିୟା ଘଟି ତାର ଘ୍ରାଣ ଶକ୍ତି ବୃଦ୍ଧି ଘଟିଛି ଏବଂ ସେ କିଭଳି ଅସୁବିଧାରେ ପଡୁଛି ତାହା ହିଁ ସିନେମାର କାହାଣୀ ।

Comments are closed.