ମନ୍ତ୍ରିମଣ୍ଡଳରେ ଅଦଳବଦଳ ପରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ !

44

କନକ ବ୍ୟୁରୋ : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମନ୍ତ୍ରିମଣ୍ଡଳରେ ଅଦଳବଦଳ ପରେ ଆଜି ବସିବ ପ୍ରଥମ ବୈଠକ । ଆଜିର ଏହି କ୍ୟାବିନେଟ ବୈଠକରେ ଜିଏସ୍ଟି ବିଲ୍ ଓ ଓଡ଼ିଶା ଭାଟ୍ ସଂଶୋଧନ ବିଲ୍ ଉପରେ ମୋହର ଲାଗିପାରେ । ଏହାସହ କୃଷି ଓ ବୈଷୟିକ ଶିକ୍ଷା ଭଳି କିଛି ବିଭାଗର ପ୍ରସ୍ତାବ ଉପରେ ବି ମୋହର ଲାଗିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ସଚିବାଳୟରେ ଏହି ବୈଠକ ବସିବ ।