ଆଜି ବିଜେଡିରେ ଯୋଗଦେବେ ଯୋଗେଶ ସିଂ । ରାଜ୍ୟ କାର୍ଯ୍ୟାଳୟରେ ସଭାପତିଙ୍କ ଉପସ୍ଥିତିରେ ଶଙ୍ଖ ଧରିବେ ଯୋଗେଶ

ଆଜି ବିଜେଡିରେ ଯୋଗଦେବେ ଯୋଗେଶ ସିଂ

101

କନକ ବ୍ୟୁରୋ : ଆଜି ବିଜେଡିରେ ଯୋଗ ଦେବେ ଯୋଗେଶ ସିଂହ । ଆଜି ପୂର୍ବାହ୍ଣରେ ଯୋଗେଶ ବିଜେଡିରେ ମିଶିବେ । ଗୋଟିଏ ପଟେ ରାଉରକେଲାରେ ଆଜି ସମାବେଶ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଉ ସେତିକି ବେଳେ ଭୁବନେଶ୍ୱର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଯୋଗ ଦେବେ ବିଧାୟକ ପଦ ଓ କଂଗ୍ରେସ ଦଳ ଛାଡିଥିବା ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ଯୋଗ ଦେବେ ଯୋଗେଶ ।

ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କ ସମର୍ଥକମାନେ ମଧ୍ୟ ବିଜେଡିରେ ଯୋଗ ଦେବେ । ଦଳ ବିରୋଧୀ ବୟାନ ପାଇଁ ଯୋଗେଶଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଥିଲା । ତାପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ।