ଇଭିଏମକୁ କରିହେବନି ଟାମ୍ପରିଂ : ଆଜି ଡେମୋ ଦେଖାଇବେ ନିର୍ବାଚନ କମିଶନ

26

କନକ ବ୍ୟୁରୋ : ଆଜି ନିର୍ବାଚନ କମିସନ ଇଭିଏମର ଡେମୋ ଦେବାକୁ ଯାଉଛନ୍ତି । ଚଳିତ ବର୍ଷ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପରେ ଇଭିଏମର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଛି । ତେଣୁ ନିର୍ବାଚନ କମିସନ ପ୍ରାୟ ୨ ଘଂଟାର ଡେମୋ ଦେଖାଇ ପ୍ରମାଣ କରିବେ ଯେ, ଇଭିଏମ ପୁରାପୁରି ସୁରକ୍ଷିତ ଓ ଇଭିଏମରେ କୌଣସି ଟାମ୍ପରିଂ କରାଯାଇପାରିବ ନାହିଁ ।

ଇଭିଏମ ଡେମୋ ଦେଖାଇବା ପରେ ଦିଲ୍ଲୀ ବିଜ୍ଞାନ ଭବନରେ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀ କରିବେ । ଅନୁମାନ କରାଯାଉଛି, ଏହି ପ୍ରେସ କନଫରେନ୍ସରେ ଇଲେକ୍ସନ କମିସନ ଇଭିଏମ ଚାଲେଂଜ ପାଇଁ ତାରିଖ ଘୋଷଣା କରିପାରନ୍ତି ।

ଯାହା ଜରିଆରେ କମିସନ ଇଭିଏମରେ ହେରଫେର ପ୍ରମାଣ କରିବାକୁ ବିରୋଧୀଙ୍କୁ ଚାଲେଂଜ ଦେଇପାରନ୍ତି । ଯେଉଁମାନେ ୫ରାଜ୍ୟର ବିଧାନସଭା ନିର୍ବାଚନ ପରେ ବିଜେପି ଇଭିଏମ ଟାଂପରିଂ କରି ବିଜୟୀ ହୋଇଥିବା ଅଭିଯୋଗ ଆଣି ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ ।