ଆଜି ଜିଲ୍ଲା ପରିଷଦ ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା କରିବେ ନିର୍ବାଚନ କମିଶନ

73

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଭିନ୍ନ ସୂତ୍ରରୁ ନିର୍ବାଚନ ଫଳାଫଳ ଆସିିଛି । ସବୁ ବ୍ଲକରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଣତି ପ୍ରାୟ ଶେଷ ହୋଇଛି । ଗତ ୨୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ସମୟରେ ଫଳାଫଳର ଯେଉଁ ଧାରା ସାମ୍ନାକୁ ଆସିଥିଲା ପ୍ରାୟ ସେହି ଧାରାରେ ହିଁ ଫଳାଫଳ ଆସିଥିବା ଦେଖିବାକୁ ମିଳିଛି ।

ମିଳିଥିବା ନମ୍ବରରୁ କିଏ କେଉଁ ସ୍ଥାନରେ ଜିଲ୍ଲା ପରିଷଦ ଗଢିବ ପ୍ରାୟ ସ୍ପଷ୍ଟ ହେବାରେ ଲାଗିଛି । ତେବେ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରାଯିବ । ଗତ ୧୭ ବର୍ଷ ଭିତରେ ଅପ୍ରତିଦ୍ୱନ୍ଦ୍ୱୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ଥର ପାଇଁ ଜୋରଦାର ଟକ୍କର ଦେଇଛି ବିଜେପି । ଦଳ ତୃତୀୟ ସ୍ଥାନରୁ ଦ୍ୱିତୀୟରେ ପହଁଚିଛି । ଆଜି ୮୪୯ ଟି ଜିଲ୍ଲା ପରିଷଦ ଜୋନର ଚୂଡାନ୍ତ ଫଳାଫଳ ଜଣାପଡିବ ।