ଆଜି ପବିତ୍ର ଇଦ୍ : ମୁସଲମାନ ଧର୍ମାବଲମ୍ବୀଙ୍କ ପାଇଁ ଏକ ବଡ ପର୍ବ

74

କନକ ବ୍ୟୁରୋ : ଆଜି ପବିତ୍ର ଇଦ୍ । ମୁସଲମାନ ଧର୍ମାବଲମ୍ବୀଙ୍କ ପାଇଁ ଏକ ବଡ ପର୍ବ । ଆଜିର ଇଦ୍ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ । ଦିନ ବେଳା ଉପବାସ ରହି ସଂଧ୍ୟାରେ ରୋଜା ପାଳନ କରିଆସୁଥିଲେ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଏ । ଏହି ସମୟରେ ଦାନଧର୍ମ କରିବାକୁ ସମସ୍ତେ ନିଷ୍ପତି ନେଇଥାନ୍ତି । ଆଜି ସମବେଦ ନମାଜ ପାଠ ପରେ ପରସ୍ପରକୁ ଇଦ୍ ମୁବାରକବାଦ୍ ଜଣାଉଛନ୍ତି ସମସ୍ତେ । ଅନ୍ୟପଟେ ଘରେ ଘରେ ଆଜି ଲଛା ସିମେଇ, ବିରିଆନିର ଆସର ।