ଆଜି ଆର୍ଥ ଆୱାର : ସାରା ବିଶ୍ୱରେ ରାତି ସାଢେ ୮ରୁ ସାଢେ ୯ଟା ବିଜୁଳି ଆଲୁଅ ବନ୍ଦ ପାଇଁ ସଚେତନତା କାର୍ଯ୍ୟକ୍ରମ

56

କନକ ବ୍ୟୁରୋ : ପୃଥିବୀ ପାଇଁ ଘଂଟାଟିଏ । ସାରା ବିଶ୍ୱରେ ଆଜି ପାଳନ ହେବ ଆର୍ଥ ଆୱାର । ଆଜି ରାତି ୮ଟା ୩୦ରୁ ୯ଟା ୩୦ ଘଂଟାଟିଏ ବିଜୁଳି ଆଲୁଅ ବନ୍ଦ କରିବା ପାଇଁ ଆର୍ଥ ଆୱାର ପାଳିତ ହେଉଛି । ସାରା ବିଶ୍ୱରେ ପାଳନ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଶକ୍ତି ସଂଚୟ ପାଇଁ ବିଭିନ୍ନ ଦେଶରେ ଘଂଟାଏ ଲେଖାଏ ବିଦ୍ୟୁତ୍ କାଟ କରିବା ପାଇଁ ଘୋଷଣା କରାଯାଉଛି ।

ଲୋକମାନେ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି । ଭାରତର ବିଭିନ୍ନ ସହରରେ ମଧ୍ୟ ଶକ୍ତି ସଂଚୟ ପାଇଁ ଆଜି ରାତି ୮ଟା ୩୦ରୁ ୯ଟା ୩୦ ଘଂଟାଟିଏ ସ୍ୱେଚ୍ଛାକୃତ ଭାବେ ବିଦ୍ୟୁତ୍ କାଟ କରିବା ପାଇଁ ଘୋଷଣା ହୋଇଛି । ୨୦୦୭ରେ ପ୍ରଥମେ ମାର୍ଚ ମାସର ଶେଷ ଶନିବାର ଦିନ ଆର୍ଥ ଆୱାର ପାଳନ ହୋଇଥିବା ବେଳେ ସେବେଠାରୁ ସମଗ୍ର ବିଶ୍ୱରେ ଆର୍ଥ ଆୱାର ପାଳନ କରାଯାଉଛି ।

ଶକ୍ତି ସଂଚୟ ପାଇଁ ୱାଲ୍ଡ ୱାଇଡ ଫଣ୍ଡ ଫର୍ ନେଚରର ଏହା ସବୁଠୁ ବଡ ପଦକ୍ଷେପ । ୨୦୦୭ରେ ପ୍ରଥମେ ଅଷ୍ଟ୍ରେଲିଆର ସିଡନୀରେ ଆଲୁଅ ବନ୍ଦ କରି ଆର୍ଥ ଆୱାର ପାଳନ କରାଯାଇଥିଲା । ପରେ ପରେ ଏଥିରେ ସାରା ବିଶ୍ୱର ପ୍ରାୟ ୭ହଜାର ସହର ସାମିଲ ହୋଇଛନ୍ତି