ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟର ଉତ୍ସବ , ସେପଟେ ପୟା ଶ୍ରାଦ୍ଧ ପାଇଁ ପୁରୀ ଚଳଚଂଚଳ

262

କନକ ବ୍ୟୁରୋ : ଆଜି ଆଲୋକ ଓ ଆନନ୍ଦର ପର୍ବ ଦୀପାବଳୀ । ସବୁଠି ଉତ୍ସବର ପରିବେଶ । ଗାଁଠୁ ସହର ସବୁଠି ରଙ୍ଗବେରଙ୍ଗ ଆଲୋକ ସଜା ସହ ଦୀପରେ ଉଜଳ ଦିବସ ଅମାବାସ୍ୟାର ରାତି ।  ଆଲୋକର ପର୍ବ ଦୀପାବଳି । ସାରା ଦେଶରେ ଏନେଇ ଉତ୍ସବର ପରିବେଶ । ଦୀପାବଳିକୁ ନେଇ ଅନେକ ପୌରାଣିକ ଓ ଲୋକ କଥା ରହିଛି । ରାମାୟଣ ଅନୁସାରେ ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣକୁ ମାରିବା ପରେ ଅଯୋଧ୍ୟାକୁ ଫେରିଥିଲେ ଏବଂ ତାଙ୍କରି ସ୍ୱାଗତ ପାଇଁ ଆଲୋକରେ ସଜେଇ ହୋଇଥିଲା ସାରା ସହର । ସେହିପରି ଅନ୍ୟ ଏକ ପୌରାଣିକ କଥା ହେଉଛି, ମହାଦାନୀ ବଳିଙ୍କୁ ଭଗବାନ ବିଷ୍ଣୁ ତିନିପାଦ ଦାନ ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ ଓ ଦ୍ୱିତୀୟ ପାଦରେ ସ୍ୱର୍ଗ ପୁରୀକୁ ନେବା ପରେ ତୃତୀୟ ପାଦରେ ବଳିଙ୍କ ମୁଣ୍ଡ ଉପରେ ରଖି ତାଙ୍କୁ ପାତାଳକୁ ପଠାଇ ଦେଇଥିଲେ ।

ତେବେ ପ୍ରତିବର୍ଷ ଦିନଟିଏ ପାଇଁ ନିଜ ପ୍ରଜାଙ୍କୁ ଦେଖିବାକୁ ସେ ମର୍ତ୍ୟପୁରକୁ ଆସିବାକୁ ଅନୁରୋଧ କରିଥିଲେ । ତେଣୁ ଏହି ଦିନ ତାଙ୍କ ଉପସ୍ଥିତିର ଖୁସିରେ ଲୋକେ ଆଲୋକିତ କରନ୍ତି ବୋଲି କୁହାଯାଏ । ଅନ୍ୟପଟେ ଏହି ଦିନ ମା କାଳିଙ୍କ ଆରାଧନା ମଧ୍ୟ ହୋଇଥାଏ । କାର୍ତିକ ଅମାବାସ୍ୟା ବା ଦୀପାବଳି ଦିନ ପୁରୀ ଶ୍ରୀମନ୍ଦିର ରହିଛି ସ୍ୱତନ୍ତ୍ର ନୀତି । ଲୋକବିଶ୍ୱାସ ରହିଛି ଏହି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଏ । ଏହାକୁ ପୟାଶ୍ରାଦ୍ଧ କୁହାଯାଏ । କାଉଁରିଆ କାଠି ଜଳାଇ ଧରାପୃଷ୍ଠକୁ ଅବତରଣ କରିଥିବା ପିତୃପୁରୁଷଙ୍କ ବାଟ ଦେଇବା ଉଦ୍ଦେଶ୍ୟରେ ବଡବଡିଆ ଡାକ ପକାଯାଏ । ଏଥି ପାଇଁ ପୁରୀ ପ୍ରବଳ ଜନଗହଳି ହୋଇଥାଏ । ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।