ଆଜି ପ୍ରକାଶ ପାଇବ ଦିଲ୍ଲୀ ନଗର ନିଗମର ନିର୍ବାଚନ ଫଳ ! ସକାଳ ୮ଟାରୁ ଭୋଟ୍ ଗଣତି

118

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଦିଲ୍ଲୀ ମହାନଗର ନିଗମର ନିର୍ବାଚନ ଫଳାଫଳ । ଏଥିପାଇଁ ସକାଳ ୮ଟାରୁ ୨୭୦ ୱାର୍ଡ ପାଇଁ ୩୩ଟି ଗଣନାକେନ୍ଦ୍ରରେ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏମସିଡି ନିର୍ବାଚନରେ ପ୍ରତିଦ୍ୱନ୍ଦú ଥିବା ୨ହଜାର ୫୩୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଭୋଟ୍ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଗତ ରବିବାର ଦିନ ଦିଲ୍ଲୀ ମହାନଗର ନିଗମର ୨୭୦ ୱାର୍ଡ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ପ୍ରାୟ ୫୪ ପ୍ରତିଶତ ମତଦାନ ହୋଇଥିଲା । ମୋଟ୍ ୨୭୨ ୱାର୍ଡ ମଧ୍ୟରୁ ୨ଟି ୱାର୍ଡରେ ନିର୍ବାଚନ ବାତିଲ ହୋଇଥିଲା । ଏହି ଦୁଇ ୱାର୍ଡର ଜଣେ ଲେଖାଏଁ ପ୍ରାର୍ଥଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ବାତିଲ ହୋଇଥିଲା । ଏଠାରେ ମେ ୧୪ ଏବଂ ୨୧ ତାରିଖରେ ନିର୍ବାଚନ ହେବ ।