ଆଜି କଂଗ୍ରେସର ଭାରତ ବଂଚାଅ ସମାବେଶ: ଅର୍ଥନୈତିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ସମାବେଶରେ ଯୋଗଦେବାକୁ ଭୁବନେଶ୍ୱରରେ ଏଆଇସିସି ପର୍ଯ୍ୟବେକ୍ଷକ ଦୀପା ଦାସମୁନସି

221

କନକ ବ୍ୟୁରୋ: ଆଜି କଂଗ୍ରେସର ଭାରତ ବଂଚାଅ ସମାବେଶ । ଅର୍ଥନୈତିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପରି ସମସ୍ୟାକୁ ନେଇ କଂଗ୍ରେସ ଏହି ସମାବେଶ କରିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ କଂଗ୍ରେସ ଏହି ଆନ୍ଦୋଳନର ଡାକରା ଦେଇଛି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ପ୍ରତିବାଦ ସଭାରେ ଯୋଗଦେବାକୁ ଏଆଇସିସି ପର୍ଯ୍ୟବେକ୍ଷକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀପା ଦାସମୁନ୍ସି ଭୁବନେଶ୍ୱରରେ ପହଁଚିଛନ୍ତି । ଦେଶର ଅର୍ଥନୀତି ଓ ବେରୋଜଗାରୀ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ ବୋଲି ପିସିିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ।