ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ : କନ୍ଧମାଳ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ୍ କରିବେ ମୁଖ୍ୟମନ୍ତ୍ରୀ

36

କନ୍ଧମାଳ : ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତକୁ ବିରୋଧ ଭୟ । ନବୀନ ପଟ୍ଟନାୟକଙ୍କ ଦିନିଆ କନ୍ଧମାଳ ଗସ୍ତ ଆଗରୁ ପୁଲିସ ଆଗୁଆ ପଦକ୍ଷେପ ନେଇଛି । ୬ କଂଗ୍ରେସ ଓ ୩ ବିଜେପି କର୍ମୀ ଅଟକ ରଖିଛି ପୁଲିସ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ କନ୍ଧମାଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଫୁଲବାଣୀର ଦାରିଙ୍ଗବାଡି ଓ ବାଲିଗୁଡା ଯାଇ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ । ତେବେ ଗସ୍ତ ପୂର୍ବରୁ ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ ଆଶଙ୍କାରେ ଫୁଲବାଣୀରେ ୩ କଂଗ୍ରେସ ଓ ୩ ବିଜେପି କର୍ମୀଙ୍କୁ ଅଟକ ରଖିଛି ଟାଉନ ଥାନା ପୁଲିସ । ଏହା ସହ ଦାରିଙ୍ଗବାଡିରେ ୩ କଂଗ୍ରେସ କର୍ମୀଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ସୁରକ୍ଷା ଲାଗି ୨୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।