ଆଜି ଲୋକାର୍ପଣ ହେବ ମଧୁସୂଦନ ସେତୁ ! ଉତ୍କଳ ଦିବସ ଅବସରରେ କଟକ ଜିଲ୍ଲା ନୂଆପାଟଣା ସ୍ଥିତ ମଧୁସୂଦନ ସେତୁକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

37

କନକ ବ୍ୟୁରୋ: ଆଜି ଲୋକାର୍ପଣ ହେବ ମଧୁସୂଦନ ସେତୁ । ଉତ୍କଳ ଦିବସ ଅବସରରେ କଟକ ଜିଲ୍ଲା ନୂଆପାଟଣା ସ୍ଥିତ ମଧୁସୂଦନ ସେତୁକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟାରେ କଟକରେ ପହଂଚି ପ୍ରଥମେ ସିଡିଏ ପାଶ୍ୱର୍ରେ ସେତୁକୁ ଉଦଘାଟନ କରିବେ । ଏହା ପରେ ସେଠାରେ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ପୁଣି ନୂଆପାଟଣା ପାଶ୍ୱର୍ରେ ମୁଖ୍ୟମନ୍ତ୍ରୀ ମଧୁସୂଦନ ସେତୁକୁ ଉଦଘାଟନ କରିବେ ।

 

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ନୂଆପାଟଣା ପାଶ୍ୱର୍ରେ ଦଳୀୟ ପତାକା ସହ ହୋର୍ଡିଂରେ ଭରପୂର ହୋଇଯାଇଛି । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଗତକାଲିଠାରୁ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଡାକଡି ଯାଂଚ କରିଛି ପୋଲିସ । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଅନ୍ୟପଟେ, ବିଜୁ ଯୁବ ବାହିନୀକୁ ଟକ୍କର ଦେବ ଧର୍ମେନ୍ଦ୍ର ବାହିନୀ । ଉତ୍କଳ ଦିବସ ଅବସରରେ କୋଣାର୍କରେ ପ୍ରାଚୀ ଟ୍ରଷ୍ଟ ପକ୍ଷରୁ ନୂଆ ଓଡିଶା ଅଭିଯାନ ଅନ୍ତର୍ଗତ ସଂକଳ୍ପ ସମାବେଶ କରାଯାଇଛି । ଏହାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏଥିରେ ନୂଆ ଓଡିଶା ପାଇଁ ସଂକଳ୍ପ ନେଇଛନ୍ତି ୧୦ ହଜାର ଯୁବକ । ଧର୍ମେନ୍ଦ୍ର କହିଛନ୍ତି ଏହି ସଂକଳ୍ପ ରାଜନୈତକ ଉଦ୍ଦେଶ୍ୟଠାରୁ ବହୁ ଉପରେ । ଏଠାରେ ଆଲୋଚନା ସମାଲୋଚନାର ପ୍ରଶ୍ନ ଉଠୁନାହିଁ । ଧର୍ମପଦର ସଂସ୍କାର କଥା କହିବା ବେଳେ ଏହା ରାଜନୀତିରୁ ଢେର ଉଦ୍ଦ୍ୱର୍ରେ । ସୁସ୍ଥ ଓଡିଶା ଗଠନ ଏକ ସାମାଜିକ ଦାୟିତ୍ୱ । ଓଡିଆ ଭାଷାକୁ ନେଇ ଗର୍ବିତ ହେବା କୌଣସି ରାଜନୀତି ନୁହେଁ ଏକ ସାମାଜିକ ଉତରଦାୟିତ୍ୱ ।