ଆଜି ମୁଖ୍ୟମନ୍ତ୍ରୀଙ୍କର ବାରିପଦା ଗସ୍ତ । ୧୧ ପ୍ରକଳ୍ପର ଉଦଘାଟନ ଓ ୬ଟି ପ୍ରକଳ୍ପର କରିବେ ଭିତିପ୍ରସ୍ତର ସ୍ଥାପନ

ଆଜି ମୁଖ୍ୟମନ୍ତ୍ରୀଙ୍କର ବାରିପଦା ଗସ୍ତ ।

113

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ମୟୂରଭଂଜ ଗସ୍ତ କରି ୧୧ଟି ଜନହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ୍ କରିବେ । ଏହାସହ ୬ଟ୍ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ନବୀନ ପଟ୍ଟନାୟକ । ବାରିପଦା ଛଉପଡିଆରେ ମଧ୍ୟାହ୍ନ ୧୨ଟା ୨୫ରେ ଆୟୋଜିତ ହେବ ମିଶନ ଶକ୍ତି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ଉଦଳା ୧୯ ନମ୍ବର ରାଜ୍ୟ ରଜପଥ ଚମ୍ପା ନଦୀ ଉପରେ ହାଇଲେଭଲ୍ ସେତୁ, ଉଦଳା ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ତକତପୁର ଏମପିସି ଜୁନିଅର କଲେଜ ଏବଂ ବାରିପଦା ମହିଳା ମହାବିଦ୍ୟାଳର ୩ ଶହ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, ୩ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ୍ କରିବେ ନବୀନ । ଏହାସହ ବୁଢାବଳଙ୍ଗ ନଦୀ ଉପରେ ସେତୁ, ବାରିପଦା-ପ୍ରତାପପୁର-ବଡସାହି-ମାଣତ୍ରୀ ରାସ୍ତାର ଉରା ନାଳ ଉପରେ ସେତୁ, କପ୍ତିପଦା ବଡଗୁଡୁଗୁଡିଆ ଏବଂ ଶୁଳିଆପଦା ବ୍ଲକର ଧାତିକାରେ ୨ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ଏହାସହ ମିଶନ ଶକ୍ତି ଯୋଜନାରେ ୨୦ ହଜାର ୨୯୫ ମହିଳା ସ୍ୱୟଂ ସହାୟକ

google

ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ୍ ମନି ସହାୟତା, ୨୬ଟି ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିବ ମୁଖ୍ୟମନ୍ତ୍ରୀ । ମୟୂରଭଂଜ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘ ଗୁଡିକୁ ସମୁଦାୟ ୪୯ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର ।