ଆଜି ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଦୁଇ ଦିନ ଧରି କରିବେ ପ୍ରଚାର, ସେପଟେ କଂଗ୍ରେସ ଓ ବିଜେପିର ପ୍ରଚାର ଅଭିଯାନ ଜାରି

234

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଆଜି ଓ ଆସନ୍ତାକାଲି ୨ ଦିନ ଧରି ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨ ଦିନ ଧରି ସେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବେ । ବିଜେପୁର ନିର୍ବାଚନ ପ୍ରଚାର ପାଇଁ ବରଗଡରେ ରାତି କାଟିବେ ମୁଖ୍ୟମନ୍ତ୍ରୀ । ଆଜି ସକାଳ ୯ ଟାରେ ବିଜେପୁର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକରେ ରୋଡ୍ ଶୋ’ କରିବେ । ବିଜେପୁରରେ ହାଇଟେକ୍ ବସରେ ବିଜେପୁରରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ସ୍ଥାନେ ସ୍ଥାନେ ଲୋକଙ୍କୁ ସମ୍ବୋଧନ କରିବେ ନବୀନ । ଏହାପରେ ବରପାଲିରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରଖିଛି ବିଜେଡି । ବରଗଡ ଆଇ.ବି ରେ ମୁଖ୍ୟମନ୍ତ୍ରୀ ରାତ୍ରି ଯାପନ କରିବେ । ପ୍ରଚାରର ଦ୍ୱିତୀୟ ଦିନରେ ଗାଇସିଲଟ ବ୍ଲକରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ରୋଡ୍ ଶୋ ଏବଂ ସଭା ଜରିଆରେ ନିର୍ବାଚନ ପ୍ରଚାର କରିବା ପରେ ଦିନ ୩.୩୦ ଭୁବନେଶ୍ୱର ଫେରିଆସିବେ ମୁଖ୍ୟମନ୍ତ୍ରୀ । ସେପଟେ ଗାଦିରେ ବସିବା ପାଇଁ ୩ ପ୍ରମ୍ରୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି । ତାରକା ପ୍ରଚାରକ ମଧ୍ୟ ସମର୍ଥକ ଯୋଗାଡରେ ଲାଗିଛନ୍ତି ।

ବିଜେପୁର ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଜୋରଦାର କରିଛି ପ୍ରଚାର ଅଭିଯାନ । ଦଳର ଷ୍ଟାର ପ୍ରଚାରକ ଏବେ ମୈଦାନରେ ଲୋକଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରୁଛନ୍ତି । ଏବେ ବିଜେପି ଷ୍ଟାର ପ୍ରଚାରକ ତଥା ଚଳଚିତ୍ର ଅଭିନେତ୍ରୀ ଗୀତ ଗାଇ ପ୍ରଚାର କରୁଥିବାର ଦୃଶ୍ୟ ନଜର ଆସିଛି । ଏହି ପ୍ରଚାର ଦୃଶ୍ୟ ହେଉଛି ବିଜେପୁର ବ୍ଲକର ତୁହିଲମାଲ ଅଂଚଳର । ଗୀତ ଗାଇବା ସହିତ ଲୋକଙ୍କ ସହିତ ମିଶି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ପିଙ୍କି ପ୍ରଧାନ । ସେପଟେ ସୂଚନା ଅନୁସାରେ ଆସନ୍ତା କାଲି ଅର୍ଥାତ୍ ୧୮ ତାରିଖରେ ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବ ସହ ପ୍ରଚାର କରିବେ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ଲଢେଇ ଦେଖିବାକୁ ମିଳିବ ।