ଆଜି ମହାପ୍ରଭୁଙ୍କର ଚିତାଲାଗି। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ୪ ଘଂଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ

268

କନକ ବ୍ୟୁରୋ : ଆଜି ୪ ଘଂଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ । ମହାପ୍ରଭୁଙ୍କ ଚିତାଲାଗି ନୀତି ପାଇଁ ଏହି ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରଥମ ଭୋଗ ମଣ୍ଡପ ସରିିବା ପରେ ଅପରାହ୍ନ ୨ଟାରୁ ସଂଧ୍ୟା ୬ଟା ମଧ୍ୟରେ ଏହି ନୀତି ସଂପନ୍ନ ହେବ । ଦଇତା ସେବକମାନେ ତିନି ଠାକୁରଙ୍କୁ ଚିତା ଲାଗି କରାଇବେ । ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ଦିନ ଶ୍ରୀଜିଉଙ୍କୁ ଚିତାଲାଗି କରାଯାଇଥାଏ । ବିଭିନ୍ନ ରତ୍ନ ଅଳଙ୍କାରରେ ନିର୍ମିତ ସୁଶୋଭିତ ଚିତା ମହାପ୍ରଭୁଙ୍କ ମସ୍ତକରେ ଲାଗି ହୋଇଥାଏ ।

ଶ୍ରୀମନ୍ଦିର ପରମ୍ପରା ଅନୁସାରେ ସ୍ନାନପୂର୍ଣ୍ଣିମାରେ ପହଣ୍ଡି ହୋଇ ଅଣସର ପିଣ୍ଡିକୁ ବିଜେ କରିବା ପରେ ଠାକୁରଙ୍କ ଚିତା ଓଲାଗି ସହ ମଇଲମ ହୋଇଥାଏ । ରଥ ଯାତ୍ରା ପରେ ନିଳାଦ୍ରୀବିଜିରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିବା ପରେ ଏହି ଚିତାଲାଗି ଅମାବାସ୍ୟା ତିଥୀରେ ଦଇତା ସେବକ ମହାପ୍ରଭୁଙ୍କ ଠାରେ ଚିତା ଲାଗି କରିଥାନ୍ତି । ସେପଟେ ଆଜି ଠାରୁ ଶ୍ରୀମନ୍ଦିର ଭିତରକୁ ପାନ ଗୁଟକା ବ୍ୟାନ୍ ହୋଇଛି । କୌଣସି ସେବାୟତ କିଂବା କର୍ମଚାରୀ ଏହା ନେଇ ମନ୍ଦିର ଭିତରକୁ ପ୍ରବେଶ କଲେ ଜୋରିମାନା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିୟମ କଡାକଡି କରିଛି ।