ଆଜି ଶିଶୁ ଦିବସ

1,096

ଆଜି ସାରାଦେଶ ପାଳୁଛି ଶିଶୁ ଦିବସ । ଦେଶର କୋଣଅନୁକୋଣରେ , ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ଏହି ମହାନ ଦିବସ । ଦେଶର ପ୍ରତ୍ୟେକ ବିଦ୍ୟାଳୟରେ ଏହି ମହାନ ଦିବସ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ମହାନ ନେତା,ଜନନାୟକ, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଉଦ୍ଦେଶ୍ୟରେ ଜାତି ପାଳୁଛି ଶିଶୁଦିବସ ।

ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ନେହେରୁ । ଛୋଟ ପିଲାଙ୍କୁ ଆଦରକରୁଥିବା, ସ୍ନେହ କରୁଥିବା ମହାନ ବ୍ୟକ୍ତି ହେଉଛନ୍ତି ଚାଚା ନେହେରୁ । ଫୁଲ ଭଳି ଛୋଟ ପିଲାଙ୍କ ସ୍ନେହ କରୁଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ । ପ୍ରତି ମୁହୁ ର୍ତ୍ତରେ ତାଙ୍କ କଥା ଚିନ୍ତା କରୁଥିଲେ । ଦେଶର ଗୌରବ , ଦେଶ ନିର୍ମାଣରେ ତାଙ୍କ ଭୂମିକା ଓ ଅଙ୍ଗୀକାରବଦ୍ଧତାକୁ ବୁଝିଥିଲେ ସିଏ ।

ସେ ସୁନ୍ଦର, ନିଷ୍କପଟ, ସରଳ ଓ ନିଷ୍ପାପ । ଶିଶୁ ହେଉଛି ଇଶ୍ୱରଙ୍କ ପ୍ରତିରୂପ । ଜାତିସଂଘର ପୂର୍ବତନ ମହାସଚିବ କୋଫିଆନନ କହିଥିଲେ ଦେଶର ଅଗ୍ରଗତି ବିଷୟରେ ଜାଣିବା ପାଇଁ କୌଣସି ବିଶେଷ , ଅତ୍ୟାଧୁନିକ ଯନ୍ତ୍ରପାତିର ଆବଶ୍ୟକତା ନାହିଁ । ଶିଶୁର ଶାରିରୀକଓ ମାନସିକ ବିକାଶ ଦେଉଛି ଦେଶ ବିକାଶର ପ୍ରକୃତ ମାପକାଠି । କିନ୍ତୁ ଆଜି ଆମ ଦେଶରେ ପ୍ରତିବର୍ଷ ଅନେକ ପିଲା ଖାଦ୍ୟଅଭାବରୁ ଭିନ୍ନ ରାସ୍ତାରେ ପାଦ ଦେଉଛନ୍ତି । ସେମାନଙ୍କ ଭିତରୁ ଅନେକ ବୈଜ୍ଞାନିକ, ଡାକ୍ତର , ଦାର୍ଶନିକ ହୋଇନଥାନ୍ତେ ବୋଲି କିଏ କହିଥାନ୍ତା ? ଅନେକ ଶିଶୁ ଦାରିଦ୍ର୍ୟ ରୂପକ ଶ୍ମଶାନରେ ସମାଧି ନେଉଛି । ୨୦୧୦ ପରିସଂଖ୍ୟାନ ଅନୁଯାୟୀ ଖାଦ୍ୟାଭାବ ଓ ପୃଷ୍ଟିହୀନତାରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୧୮୦ ମିଲିୟନ ହୋଇଥିବା ବେଳେ ଏହାକ ଏକ ତୃତୀୟାଂଶ କେବଳ ବାରତର ଶିଶୁ ।

ଶିଶୁଙ୍କ ଭରସାରେ ଦେଶ । ଏକଥାକୁ ଏଡାଇ ଦିଆଯାଇନପାରେ । ଆଜି ପ୍ରକୃତରେ ଭଲ ମଣିଷର ଘୋର ଅଭାବ ରହିଛି । ସବୁଠି ଖୋଜା ଚାଲିଛି ଭଲ ମଣିଷ । ତେବେ ସବୁଠି ପରିବେଶ ବଦଳି ଯାଇଛି । ବିଦ୍ୟାଳୟର ଶୈକ୍ଷିକ ପରିବେଶ ଆଉ ନାହିଁ । ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠିୁ ମଣିଷ ତିଆରି କାରଖାନା ବଦଳରେ ମନି ମେକିଂ କାରଖାନାରେ ପରିଣତ ହୋଇଛି । ଏଠି ଆଜି ଶିଶୁ ବିଭିନ୍ନ ଉପାୟରେ ପେଷି ହୋଇଯାଉଛି । ତେବେ ଶିଶୁଙ୍କ କଅଁଳ କାନ୍ଧ ଉପରେ ଭରସା କରୁଛି ଏ ଦେଶ , ଜାତି ତଥା ଜନ୍ମଭୂମି । ତାଙ୍କର ଅବଦାନ ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିବ ।