ଆଜି ବସିବ ରାଜ୍ୟ କ୍ୟାବିନେଟ୍ ! ୨୦ଟି ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

28

କନକ ବ୍ୟରୋ: ଆଜି ରାଜ୍ୟ କ୍ୟାବିନେଟର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜିର ବୈଠକରେ ୨୦ଟି ଏଜେଣ୍ଡା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୫ଟା ୩୦ରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ସୂଚନା ଅନୁସାରେ ରାଜ୍ୟରେ ଥିବା ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ହାଇସ୍କୁଲକୁ ସରକାର ହାତକୁ ନେବାକୁ ବିଚାର କରୁଛନ୍ତି । ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ପ୍ରସ୍ତାବ ମଧ୍ୟ କ୍ୟାବିନେଟ୍ ବିଚାର ପାଇଁ ଆସିପାରେ । ଜିଏସଟି ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାର ପ୍ରକାଶ କରିଥିବା ବିଜ୍ଞପ୍ତିକୁ କ୍ୟାବିନେଟ୍ ମୋହର ଲଗାଇବେ ।

୧କୋଟି ରୁ ଅଧିକ ଖର୍ଚ୍ଚ ହେଉଥିବା ପରିପ୍ରେକ୍ଷୀରେ କେନ୍ଦୁଝର ମେଡିକାଲ କଲେଜ ନିର୍ମାଣ ପ୍ରସଙ୍ଗ କ୍ୟାବିନେଟ ଅନୁମୋଦନ ଲାଭ କରିବା ପାଇଁ ଅପେକ୍ଷା ରଖୁଛି । ସେଭଳି କେବିକେ ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ସୁବିଧା ସଂପର୍କିତ ପ୍ରସ୍ତାବ ଆଲୋଚନା ପାଇଁ ଆସିବ । ଏମଏସଏମଇ ନୀତିରେ ସଂଶୋଧନ, ଆଇନ ବିଭାଗର ପାଠାଗାର କର୍ମଚାରୀଙ୍କ ନିଯୁକ୍ତି ନିୟମରେ ସଂଶୋଧନ, କୃଷି ଓ ଶକ୍ତି ବିଭାଗର ଯନ୍ତ୍ରୀଙ୍କ କ୍ୟାଡର ରୁଲ୍ସ ସଂଶୋଧନ ଆଦି ପ୍ରସ୍ତାବ ଏଜେଣ୍ଡାରେ ସ୍ଥାନ ପାଇପାରେ ।

ଉଲ୍ଲେଖଯୋଗ୍ୟ,ଗତ ସପ୍ତାହରେ କ୍ୟାବିନେଟର ସ୍ୱତନ୍ତ୍ର ବୈଠକ ଡକାଯାଇ କେବଳ ପାଇକ ବିଦ୍ରୋହକୁ ପ୍ରଥମ ତ୍ସାଧୀନତା ସଂଗ୍ରାମ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ସଂକ୍ରାନ୍ତ ଏକ ନିଷ୍ପତ୍ତି ଗୃହୀତ ହୋଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –