ଆଜି ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ !

25

କନକ ବ୍ୟୁରୋ: ଆଜି ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଦୁଇ ଦିନ ଧରି ଚାଲିବ ମାନସ ମନ୍ଥନ । ବୈଠକରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ରାଜ୍ୟ ବିଜେପିର ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସଙ୍ଗରେ ଆଲୋଚନା ହେବ । ଆଜି ଅପରାହ୍ନ ୪ଟାରେ ରାଜ୍ୟ ପଦାଧିକାରୀମାନଙ୍କ ବୈଠକ ହେବ । ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ହେବ ।

ଏଥିରେ ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ସୋ÷ଦାନ ସିଂହ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଯୋଗ ଦେବେ । ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ସମସ୍ତ ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀମାନେ ଯୋଗ ଦେବେ ବୋଲି ମୁଖପାତ୍ର ସଜ୍ଜନ ଶର୍ମା ସୂଚନା ଦେଇଛନ୍ତି ।

ସେପଟେ, ଆଜି ଦିଲ୍ଲୀରେ ବସୁଛି ବିଜେପି ପ୍ରଦେଶିତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ବୈଠକ । ଏହି ବୈଠକରେ ବିଜେପି ପ୍ରଦେଶିତ ରାଜ୍ୟର ବିକାଶ ଓ ସ୍ୱଚ୍ଛତାକୁ ନେଇ ବିଶେଷ ଆଲୋଚନା କରାଯିବ ।

ବୈଠକରେ ୧୩ଜଣ ମୁଖ୍ୟମନ୍ତ୍ରୀ, ୬ଜଣ ଉପମୁଖ୍ୟମନ୍ତ୍ରୀ ଓ କିଛି କ୍ୟାବିନେଟମନ୍ତ୍ରୀ ଯୋଗଦେବେ । ତେବେ ବିଜେପି ସରକାର ଗଠନରେ ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବେ ମୋଦି ।