ଆଜି ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ ! ତିନି ବର୍ଷ ପୂର୍ତି ଅବସରରେ ନବୀନ ବଖାଣିବେ ସରକାରଙ୍କ ସଫଳତା

19

କନକ ବ୍ୟୁରୋ: ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଇଡକଲ ଅଡିଟୋରିୟମରେ କିଛି ସମୟ ପରେ କାର୍ଯ୍ୟକାରିଣୀ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ୧୧ଟାରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ବିଜେଡି ନେତୃତ୍ୱାଧୀନ ସରକାରର ୩ ବର୍ଷର ସଫଳତା ଓ ଆଗାମୀ ସମୟ ପାଇଁ ଛାମୁଆ ସଂଗଠନ କାର୍ଯ୍ୟକ୍ରମ ସଂପର୍କରେ ମାର୍ଗ ଦର୍ଶନ କରାଇବେ ନବୀନ । କାର୍ଯ୍ୟକାରିଣୀରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକତା, ଜୋନ ସଭାପତି, ଜିଲ୍ଲାସଭାପତି ଯୋଗ ଦେବେ ।