ଆଇରନ୍ ଲେଡି ଇନ୍ଦିରା ଗାନ୍ଧୀଙ୍କର ଆଜି ଜନ୍ମ ଜୟନ୍ତୀ : ସ୍ମୃତିଚାରଣ କରୁଛି ସାରାଦେଶ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଆଇରନ୍ ଲେଡି ଭାବେ ପରିଚିତ ଇନ୍ଦିରା ଗାନ୍ଧୀଙ୍କର ଆଜି ଜନ୍ମ ଜୟନ୍ତୀ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଝିଅ ହେଉଛନ୍ତି ଇନ୍ଦିରା ଗାନ୍ଧୀ ।

ଭୁବେନଶ୍ୱର ଆଇଜି ପାର୍କରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଛନ୍ତି କଂଗ୍ରେସ ନେତା । ଏହାସହ ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

୧୯ ନଭେମ୍ବର ୧୯୧୭ରେ ୟୁପିରେ ଜନ୍ମ ଗ୍ରହଣ କରିଥିଲେ ଇନ୍ଦିର। । ନିଜ ବିଚକ୍ଷଣ ବୁଦ୍ଧି ସହ ଦେଶ ଶାସନରେ ତାଙ୍କର ପାରଙ୍ଗମତା ସାରା ବିଶ୍ୱରେ ତାଙ୍କୁ ପରିଚିତ କରାଇପାରିଥିଲା ।