ଜଳିବା ପରେ ଶାନ୍ତ ପଡିଲା ଭଦ୍ରକ : ଖୋଲିଲା ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ

24

କନକ ବ୍ୟୁରୋ : ସ୍ୱାଭାବିକ ହେଉଛି ଭଦ୍ରକର ସ୍ଥିତି । ଆଜିଠାରୁ ସ୍କୁଲ କଲେଜ ଖୋଲିଥିବା ବେଳେ ବ୍ୟାଙ୍କ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟ ଖୋଲିବ । ସକାଳ ୮ଟାରୁ ୧୦ଟା ଯାଏଁ ସ୍କୁଲ କଲେଜ ଖୋଲା ରହିବ । ୩୫ ପ୍ଲାଟୁନ ପୋଲିସ ଓ ୪ କମ୍ପାନି କେନ୍ଦ୍ରୀୟ ବଳର କବଜାରେ ରହିଛି ପୁରା ସହର ।

ପୋଲିସ ଡିଜି, ଆଇନ ଶୃଙ୍ଖଳା ଏଡିଜିଙ୍କ ସମେତ ପୋଲିସ ଓ ପ୍ରଶାସନର ବଡବଡ ଅଧିକାରୀ ଏଠାରେ ଡେରା ପକାଇଛନ୍ତି । ପୁରା ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଛି । ସୋସିଆଲ ମିଡିଆରେ ଉତେଜନା ସୃଷ୍ଟିକାରୀଙ୍କୁ ମଧ୍ୟ ସ୍କାନରରେ ରଖିଛି କ୍ରାଇମବ୍ରାଂଚର ସାଇବର ସେଲ । ପରିସ୍ଥିତି ସ୍ୱାଭାବିକ ହେଉଥିବା ଦେଖି ସୋମବାର ୬ ଘଂଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିଲା ।