ପୁରୀ : ଆଜିଠାରୁ ପୁରୀରେ ଆରମ୍ଭ ହେବାକୁ ଯାଉଛି ବିଚ କାର୍ନିଭାଲ

27

କନକ ବ୍ୟୁରୋ : ଆଜିଠାରୁ ପୁରୀରେ ଆରମ୍ଭ ହେବାକୁ ଯାଉଛି ବିଚ କାର୍ନିଭାଲ । ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଆଜିଠାରୁ ଆସନ୍ତା ୨୬ ତାରିଖ ଯାଏଁ ୭ ଦିନ ଧରି ଏହା ଚାଲିବାକୁ ଥିବାବେଳେ ଏହି କାର୍ନିଭାଲର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ବଲିଉଡ ଷ୍ଟାର ଗୋବିନ୍ଦା ।

ପ୍ରତିଦିନ ସକାଳୁ ବିଚ ଏରୋବିକ୍ସ, ବାଇକ ଷ୍ଟଂଟ, ସାଇକ୍ଲିଂ ସହ ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଏହାସହ ମହୋଦଧୀ ନିବାସ ବେଳାଭୂମିରେ ବିଚ ଯୋଗ ଓ ଏରୋବିକ୍ସ ପ୍ରମୁଖ କାର୍ଯ୍ୟକ୍ରମ କରାଯିବ ବୋଲି କାର୍ନିଭାଲ କମିଟି ଅଧ୍ୟକ୍ଷ କହିଛନ୍ତି । ଏହା ସହିତ ଦେଖନ୍ତୁ ଏହି ଭିଡିଓ :