ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ! ଅପରାହ୍ନ ୩ଟା ୩୦ରୁ ସାଢେ ୪ ଘଂଟା ପାଇଁ ଦର୍ଶନ ବନ୍ଦ ରହିବ

28

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ହେବ ବନକଲାଗି ନୀତି । ଅପରାହ୍ନ ୩ଟା ୩୦ରୁ ଏହି ନୀତି ଆରମ୍ଭ ହେବ । ନୀତି ପାଇଁ ୪ ଘଂଟା ସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱାର ବନ୍ଦ ରଖି ନୀତି ସମ୍ପନ୍ନ ହେବ । ଏଥିପାଇଁ ଦିନ ୩ଟା ୩୦ରୁ ଅପରାହ୍ନ ୭ଟା ୩୦ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତ ମହାପାତ୍ର ସେବକ ମାନେ ହିଙ୍ଗୁଳା ଓ ହରିତାଳ ବ୍ୟବହାର କରି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀଙ୍ଗାର କରିବେ ।