ଟଙ୍କା ବଦଳ ଉପରେ କଟକଣା : ଆଜି କେବଳ ବରିଷ୍ଠ ନାଗରିକଙ୍କ ପାଇଁ ଖୋଲା ରହିବ ବ୍ୟାଙ୍କ

12

କନକ ବ୍ୟୁରୋ : ବୃଦ୍ଧ ଲୋକମାନଙ୍କ ପାଇଁ ଶନିବାର ଦିନ ଖୋଲା ରହିବ ବ୍ୟାଙ୍କ । ଅନ୍ୟମାନଙ୍କ ପାଇଁ ଆଜି ବ୍ୟାଙ୍କ ବନ୍ଦ ରହିବ । ଏ ନେଇ ଭାରତୀୟ ବ୍ୟାଙ୍କ ଆସୋସିଏସନ୍ ପକ୍ଷରୁ ଘୋଷଣା କରାଯାଇଛି । ବ୍ୟାଙ୍କରେ ଲାଇନରେ ବୃଦ୍ଧ ଲୋକମାନେ ଠିକ୍ ଭାବରେ ଟଙ୍କ ବଦଳ କରିପାରୁନଥିବାର ଅଭିଯୋଗ ଆସିବା ପରେ ବ୍ୟାଙ୍କ ଆସୋସିଏସନ୍ ପକ୍ଷରୁ ଏ ନେଇ ନିଷ୍ପତି ନିଆଯାଇଛି ।

ସେହିପରି ରବିବାର ଦିନ ବ୍ୟାଙ୍କ ବନ୍ଦ ଥିବା ବେଳେ ସୋମବାର ଦିନ ହିଁ ସାଧାରଣ ଗ୍ରାହକ ପଇସା ଉଠାଇପାରିବେ ଓ ଟଙ୍କା ବଦଳ କରିପାରିବେ । ସେହିପରି ନିଜ କଳାଧନକୁ ଆଉ କାହା ଆକାଉଂଟରେ ଜମା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଚେତାବନୀ ଦିିଆଯାଇଛି । ।