ଆଜି ଅଗଷ୍ଟ କ୍ରାନ୍ତି ଦିବସ !

147

କନକ ବ୍ୟୁରୋ : ଆଜି ଅଗଷ୍ଟ କ୍ରାନ୍ତି ଦିବସ । ଅଗଷ୍ଟ କ୍ରାନ୍ତି ଦିବସର ବିଚାରବୋଧ ସହିତ ଯୁବପୀଢ଼ିଙ୍କê ଯୋଡିବା ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରାନ୍ତି ଦିବସ ପାଳନ କରାଯିବ । ସମ୍ବଲପୁର, ବ୍ରହ୍ମପୁର, କଟକ, ବାଲେଶ୍ୱର ଓ ଜୟପୁର ବିଜୁ ଯୁବ ଜନତା ତରଫରୁ ଏହି ଦିବସ ପାଳନ କରାଯିବ ।

ଆଗାମୀ ସମୟରେ ଦେଶ ନିର୍ମାଣରେ ସମୃଦ୍ଧ ଅତୀତରୁ ପ୍ରେରଣା ପାଇବା ଓ ଉତ୍ସାହର ଉତ୍ସ ଭାବେ ଗ୍ରହଣ କରି ନିଜକୁ ପ୍ରସ୍ତୁତ ରଖିବା ଏହି ଦିବସ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।୧୯୪୨ ଅଗଷ୍ଟ ୯ତାରିଖ ଭାରତ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ସ୍ମରଣୀୟ ତିଥି । ଅଗଷ୍ଟ କ୍ରାନ୍ତି ଭାବରେ ପରିଚିତ ଭାରତୀୟ ମହାଜାଗରଣ ସ୍ୱାଧୀନତା ସଂଗ୍ରାମକୁ ନିର୍ଣ୍ଣାୟକ ମୋଡ ଦେଇଥିଲା ।

ସେହିପରି ରାଜଧାନୀରେ କ୍ରାନ୍ତିଦିବସ ଅବସରରେ ଦୁଇ ପ୍ରମୁଖ ରାଜନୈତି ଦଳ ବଡ଼ ଧୁମଧାମରେ ପାଳନ କରିଛି । ଭୁବନେଶ୍ୱର କଳ୍ପନା ଛକରେ ଥିବା ସ୍ୱାଧିନତା ସଂଗ୍ରାମୀ ଚାଖିଖୁଂଟିଆଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।

କଂଗ୍ରେସ ପକ୍ଷରୁ ମଧ୍ୟ କ୍ରାନ୍ତି ଦିବସ ପାଳନ କରାଯାଇଛି । ବିଏମସି ଅଫିସ ପାଖରେ ଥିବା ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଏହା ସହ ସ୍ୱାଧିନତା ସଂଗ୍ରାମିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ସେହିପରି ରାଜ୍ୟ ତୃଣମୂଳ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ କ୍ରାନ୍ତି ଦିବସ ପାଳନ କରାଯାଇଛି । ଏଥିରେ ତୃଣମୁଳ କଂଗ୍ରେସର ବହୁ ନେତା ଯୋଗ ଦେବା ସହ ବହୁ ସ୍ୱାଧିନତା ସଂଗ୍ରମୀ ଯୋଗ ଦେଇଥିଲେ । ଏଥିରେ ପ୍ରମୁଖ ନେତା ତଥା ପ୍ରମୁଖ ନେତା ପଂଚାନନ କାନୁନଗୋ ଯୋଗଦେଇଥିଲେ ।