ବିଧାନସଭାରେ ଉଠିଲା ପୋଲାଭରମ ପ୍ରସଙ୍ଗ : ଗୃହ ଅପରାହ୍ନ ୩ଟା ଯାଏ ମୁଲତବି

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସରଗରମ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଆଜି ଗୃହ ଆରମ୍ଭରୁ ସହିଦ ଯବାନ ପୀତବାସଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଏହା ପରେ ପୋଲାଭରମ ପ୍ରସଙ୍ଗରେ ହୋହାଲ୍ଲା କରିଥିଲେ ଶାସକ ଦଳ । ଆନ୍ଧ୍ର ଓ କେନ୍ଦ୍ର ବିରୋଧରେ ବର୍ଷିଥିଲେ ବିଜେଡି ବିଧାୟକ । ବିଜେଡି ସଦସ୍ୟ ମାନେ ଆନ୍ଧ୍ର ଓ କେନ୍ଦ୍ର ବିରୋଧରେ ନାରାବାଜି ମଧ୍ୟ ଦେଇଥିଲେ । ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବି ରଖିଛନ୍ତି ବାଚସ୍ପତି ।