ବିଧାନସଭାରେ ତେଲ ତାତି ! ଅଧିବେଶନ ଆରମ୍ଭରୁ ହଙ୍ଗାମା, ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ।

26

କନକ ବ୍ୟୁରୋ : ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ବିଧାନସଭାରେ ତେଲ କଲା ହଙ୍ଗାମା । ବିଧାନସଭା ଅଧିବେଶନ ଆରମ୍ଭରୁ ହିଁ ଆଜି ହଙ୍ଗାମା ହୋଇଛି । ଗୃହ ଆରମ୍ଭରୁ ହିଁ ବିରୋଧୀ କଂଗ୍ରେସ ହଟ୍ଟଗୋଳ କରିଛନ୍ତି । ତୈଳ ଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଗୃହରେ ହୋହଲ୍ଲା କରାଯାଇଛି । ଏପରିକି ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ନାରାବାଜି କରିଛନ୍ତି । ତୈଳ ଦର ବୃଦ୍ଧି ପ୍ରତିବାଦରେ ଗୃହରେ ହଟ୍ଟଗୋଳ ହୋଇଛି ।

ସେପଟେ ଶିକ୍ଷକ ସମସ୍ୟା ପ୍ରସଙ୍ଗକୁ ନେଇ ବିଜେପି ବିଧାୟକମାନେ ହୋହଲ୍ଲା କରିଛନ୍ତି । ଯାହା ଫଳରେ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି । ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି କୌଣସି ପରସ୍ଥିତିରେ ମଧ୍ୟ ଗୃହ କାର୍ଯ୍ୟକୁ କଂଗ୍ରେସ ଚଳାଇ ଦେବନାହିଁ । ସେପଟେ ଏଭଳି ପ୍ରତିବାଦକୁ ବିରୋଧ କରିଛି ବିଜେଡି । ଏଭଳି ପ୍ରତିବାଦ ଅନୁଚିତ ବୋଲି ବିଜେଡି କହିଛି ।