କନକ ବ୍ୟୁରୋ : ପଂଚାୟତ ନିର୍ବାଚନୀ ହିଂସା ଉପରେ ବିଧାନସଭାରେ ଆଲୋଚନା ହେବା ନେଇ କହିଛନ୍ତି ବାଚସ୍ପତି । ହେଲେ କେବେ ଓ କେଉଁ ଫୋରମରେ ହେବ ତାହା ନିଷ୍ପତି ବାଚସ୍ପତି ନେବେ । ବର୍ତମାନ ରାଜ୍ୟପାଳଙ୍କ ଅଭିବାଦନ ସଂପର୍କରେ ଗୃହରେ ଆଲୋଚନା ଚାଲିଛି ।

ଆଜି ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି । ନିର୍ବାଚନୀ ହିଂସା ଉପରେ ଆଲୋଚନା ଦାବି କରି ବିରୋଧୀ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ ବିରୋଧୀ । ଫଳରେ ଗୃହକୁ ଦୁଇ ଦୁଇଥର ମୁଲତବୀ ରଖିଥିଲେ ବାଚସ୍ପତି  ।