ଆଜି ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟର ଶେଷ ଦିନ : ସ୍ୱାଭାବିକ ଚାଲିଲା ପ୍ରଶ୍ନକାଳ

20

କନକ ବ୍ୟୁରୋ : ଆଜି ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନ । ଦୁଇ ଦିନର ପ୍ରବଳ ହଟ୍ଟଗୋଳ ପରେ ଆଜି ସ୍ୱାଭାବିକ ଭାବେ ଚାଲିଛି ପ୍ରଶ୍ନକାଳ । ପଂଚାୟତ ନିର୍ବାଚନ ହିଂସା, ପରିବା ଅଭାବୀ ବିକ୍ରି, ଚାଷୀ ଆତ୍ମହତ୍ୟା, ମୋଦିଙ୍କ ଗରିବ ମନ୍ତବ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆଶାଳୀନ ଆକ୍ଷେପ ପ୍ରତିବାଦରେ କିଛି ଦିନ ଧରି ଅଚଳାବସ୍ଥା ଲାଗି ରହିଥିଲା ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେଡି ବିଧାୟକଙ୍କ ‘ବେଇମାନ’ କହିବା ପ୍ରସଙ୍ଗରେ ତାତି ଉଠିଥିଲା ବିଜେପି । ସେପଟେ ପ୍ରଧାନମନ୍ତ୍ରୀ ଦେଇଥିବା ଗରିବ ଓଡିଶା ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲା କଂଗ୍ରେସ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗତକାଲି ଚାଲିପାରିନଥିଲା ବିଧାନସଭା ଗୃହ କାର୍ଯ୍ୟ । ଚାଷୀ ଆତ୍ମହତ୍ୟା ଓ ପରିବା ଅଭାବୀ ବିକ୍ରି ନେଇ କୃଷିମନ୍ତ୍ରୀ ଆଜି ଗୃହରେ ଉତର ରଖିବେ କୃଷିମନ୍ତ୍ରୀ । କୃଷିମନ୍ତ୍ରୀ ଏ ନେଇ ରିପୋର୍ଟ ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ ।