ସରଗରମ ହେଉଛି ବିଧାନସଭା ମୌସୁମୀ ଅଧିବେଶନ : ମହାନଦୀ ବିବାଦ ପ୍ରସଙ୍ଗରେ ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

33

କନକ ବ୍ୟୁରୋ : ସରଗରମ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମରୁ ମହାନଦୀ ପ୍ରସଙ୍ଗରେ ଶାସକ ଦଳ ବିରୋଧୀ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରି ଅଚଳ କରିଥିଲେ । ଏହା ପରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିକୁ ବିରୋଧ କରୁଛନ୍ତି ବିରୋଧୀ । ଏବେ ବିରୋଧୀ କଂଗ୍ରେସ ଓ ବିଜେପିର ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ।

ଓଡିଶାର ସ୍ୱାର୍ଥ ଜଡିତ ପ୍ରସଙ୍ଗରେ ମଧ୍ୟ ବିରୋଧୀ ଦଳକୁ ମୁଖ୍ୟମନ୍ତ୍ରୀ ବିଶ୍ୱାସକୁ ନେଉନଥିବା ଅଭିଯୋଗ କରୁଛନ୍ତି ସେମାନେ । ସର୍ବଦଳୀୟ ପ୍ରତିନିଧି ଦଳ କଥା ବିରୋଧୀ କହୁଥିବା ବେଳେ ବିଜେଡି ସରକାର ଏକା ଏକା ମହାନଦୀ ବିବାଦ ପ୍ରସଙ୍ଗରେ ଲଢେଇ କରିବାକୁ ଘୋଷଣା କରୁଛି । ଏହା ଦୁର୍ଭାଗ୍ୟଜନକ ଓ ସରକାରଙ୍କ ଅହଂକାର ପ୍ରତିଫଳନ ବୋଲି ବିରୋଧି କହିଛନ୍ତି । ସେପଟେ ରାଷ୍ଟ୍ରପତିଙ୍କୁ ଭେଟି ମହାନଦୀ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ ଦାବି କରିବ କଂଗ୍ରେସ ବୋଲି ବିରୋଧୀଦଳ ନେତା ଘୋଷଣା କରିଛନ୍ତି ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି କହିଛି, କଂଗ୍ରେସ ପ୍ରତିନିଧି ଦଳ ତାଙ୍କ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟି ପଚାରନ୍ତୁ କାହିଁକି ୟୁପିଏ ସରକାର ମହାନଦୀ ଓ ପୋଲାଭରମ ପ୍ରକଳ୍ପ ପାଇଁ ଅର୍ଥ ପ୍ରଦାନ କରିଥିଲେ । ଆଜି ମଧ୍ୟ ଏହି ସମାନ ପ୍ରସଙ୍ଗରେ ବିଧାନସଭା ବେଶ୍ ସରଗରମ ହେବା ସମ୍ଭାବନା ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –