ପ୍ଲାକାର୍ଡ ପରେ କଳାଗାଉନ ପିନ୍ଧିଲେ ବିରୋଧୀ: ବିଧାନସଭା ଆରମ୍ଭରୁ ହଟ୍ଟଗୋଳ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍  ଆଜି ପୁଣି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହର ମଧ୍ୟ ଭାଗ କୁ ଚାଲିଆସି ନାରାବାଜି କରିଥିଲେ । ସେପଟେ ଆଜି ଗୃହ ଭିତରେ ପୁଣି ଏକ ନୂଆ ଦୃଶ୍ୟ ଦେଖିବାକୁ ମିଳିଛି । ବିରୋଧି ବିଧାୟକମାନେ ପ୍ଲାକାର୍ଡ, ଫ୍ଲେକ୍ସ ଗାଉନ ପରେ ଆଜି କଳା କନା ଗାଉନ ପିନ୍ଧି ପ୍ରତିବାଦ କରିଛନ୍ତି । ଚିଟଫଣ୍ଡ ପ୍ରସଙ୍ଗ, ଜଷ୍ଟିସ ଏମ. ଏମ. ଦାସଙ୍କ ବହିଷ୍କାର ଦାବିରେ ସେମାନେ  ହଟ୍ଟଗୋଳ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଜେପି ବିଧାୟକ ରବି ନାୟକ ପ୍ରମୁଖ ରିପୋରିଅର ଟେବୁଲ ଉପରେ ଚଢି ହଟ୍ଟଗୋଳ କରିଛନ୍ତି । ସେପଟେ ବିରୋଧୀ ଦଳ ନେତା ଗତକାଲି ବିଜେଡି ଚିଟଫଣ୍ଡ  ଲିଙ୍କ ନେଇ ଉଠାଇଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିବାଦ କରିଛି ଶାସକ ଦଳ । ଘଟଣାର ତନଖି ନକରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଭିତିହୀନ ଅଭିଯୋଗ କରିଥିଲେ । ତେଣୁ ତାଙ୍କର ଏଭଳି ସାମ୍ବିଧାନିକ ପଦରେ ରହିବାର କୌଣସି ଅଧିକାର ନାହିଁ ବୋଲି ବିଜେଡି କହିଛି ଏବଂ ତାଙ୍କର ଇସ୍ତଫା ଦାବି କରିଛି ଶାସକ ଦଳ ।  ଦିନ ୩ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।

þ