ବିଧାନସଭାରେ ବି ବିମୁଦ୍ରାକରଣ ତାତି : ଅପରାହ୍ନ ୩ ଟା ଯାଏଁ ଗୃହ ମୁଲତବି

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ବିମୁଦ୍ରାକରଣ ତାତି । ଅପରାହ୍ନ ୩ ଟା ଯାଏଁ ଗୃହ ମୁଲତବି। ବିମୁଦ୍ରାକରଣ ଯୋଗୁ ରାଜ୍ୟରେ ଅଭାବୀ ବିକ୍ରୀ ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । କେନ୍ଦ୍ର ସରକାର ବିମୁଦ୍ରାକରଣ ଘୋଷଣା କରିଦେବା ପରେ ଲୋକଙ୍କ ସମସ୍ୟାକୁ ଦୃଷ୍ଟି ନଦେଇ ରାଜ୍ୟ ସରକାର ମଧ୍ୟ ଶୋଇ ରହିଛନ୍ତି । ଏହା ସହ ଖୁଚୁରା କିପରି ଲୋକଙ୍କ ପାଖରେ ପହଂଚି ପାରିବ ସେ ନେଇ ଅର୍ଥମନ୍ତ୍ରୀ ଉତର ରଖନ୍ତୁ ବୋଲି ଦାବି କରି ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ।