ଆଜି ବି ବିଧାନସଭାରେ ରହିପାରେ ମହାନଦୀ ତାତି :ସରକାରଙ୍କୁ ଘେରିବା ପାଇଁ ବିରୋଧୀ ନଛୋଡବନ୍ଧା

52

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ବି ପୁଣି ମହାନଦୀ ପ୍ରସଙ୍ଗ ବିଧାନସଭାରେ ଉଠିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଗୃହରେ ରଖିଥିବା ବିବୃତିକୁ ନେଇ କ୍ଷୁବ୍ଧ ବିରୋଧୀ ଗୃହରେ ହଟ୍ଟଗୋଳ କରିଥିବା ବେଳେ ଆଜି ମଧ୍ୟ ତାକୁ ଅସ୍ତ୍ର କରିବେ ବୋଲି ଜଣାପଡିଛି । ଗତକାଲିର ପରିସ୍ଥିତି ଆଜି ପୁନରାବୃତି ହେବ ବୋଲି ଅନୁମାନ କରାଯାଉଛି ।

ବିରୋଧୀଙ୍କ ଅଭିଯୋଗ, ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବିଭ୍ରାନ୍ତିକର । ଗୃହରେ ମୁଖ୍ୟମନ୍ତ୍ରୀ ରଖିଥିବା ବିବୃତିରେ ମହାନଦୀ କି ଓଡିଶାବାସୀଙ୍କ ସୁରକ୍ଷା ପାଇଁ କିଛି ନଥିବା ଅଭିଯୋଗ ଆଣି ହଙ୍ଗାମା କରିଥିଲେ ବିରୋଧୀ । ଗୃହର ସମସ୍ତ ସଦସ୍ୟ ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ ଜଣାଇଥିଲେ । କିନ୍ତୁ ,ମୁଖ୍ୟମନ୍ତ୍ରୀ ସଦସ୍ୟଙ୍କୁ ବିଶ୍ୱାସକୁ ନେଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।