ଗୁଡବୟ ଅରିନ୍ଦମଙ୍କର ଆଜି ବିବାହ ଭୋଜି ! ସାମିଲ ହେବେ ବହୁ ନାମିଦାମୀ କଳାକାର

143

ଓଲିଉଡର ଆଗଧାଡ଼ିର ନାୟକ ଅରିନ୍ଦମ ରାୟ ଗତ ୪ ତାରିଖ ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସାନଭଉଣୀ ଅନୁପାଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବ ବେଶ୍‌ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି ।

ଆଜି କଟକରେ ଅରିନ୍ଦମ ଦେଉଛନ୍ତି ନିଜର ମ୍ୟାରେଜ୍‌ ରିସେପସନ୍‌ ପାର୍ଟି । ଏଥିପାଇଁ ସେ କଟକର ବାରବାଟୀ ଷ୍ଟାଡିୟମ୍‌ ପରିସରରେ ଥିବା ଓସିଏ କ୍ଲବ୍‌ରେ ଏକ ଭବ୍ୟ ପାର୍ଟିର ଆୟୋଜନ କରିଛନ୍ତି । ଏଥିରେ ଓଡ଼ିଶା ଚଳଚ୍ଚିତ୍ର ଏବଂ ଟେଲିଜଗତର ଅଧିକାଂଶ ନାମୀ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଟେକ୍‌ନିସିଆନ୍‌ମାନେ ଯୋଗଦେବେ ବୋଲି ଜଣାଯାଇଛି।

ଏତଦ୍‌ବ୍ୟତୀତ ରାଜ୍ୟର କେତେକ ରାଜନେତା ମଧ୍ୟ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । ତେବେ ପ୍ରକୃତରେ କେଉଁ ସେଲିବ୍ରିଟିମାନେ ଅରିନ୍ଦମ୍‌ଙ୍କ ବାହାଘର ଭୋଜିକୁ ଆସୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।