ଆଜି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ! ସାଲେପୁରରେ ୫୦ହଜାର ବୁଥ୍ ସ୍ତରୀୟ କର୍ମୀଙ୍କୁ ଦେବେ ମନ୍ତ୍ର

93

କନକ ବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । କଟକ ଜିଲ୍ଳାର ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ୍ କୁଳିଆ ଆରଏମସି ପଡିଆରେ ଅବିଭକ୍ତ କଟକ ଜିଲ୍ଲାର ୪ଟି ଜିଲ୍ଲା ଯଥା କଟକ, କେନ୍ଦ୍ରାପଡା, ଯାଜପୁର ଓ ଜଗତସିଂହପୁରର ବିଜେପି ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କୁ ନିର୍ବାଚନ ନେଇ ମନ୍ତ୍ର ଦେବେ । ୬ମାସ ତଳେ ଭୁବନେଶ୍ୱରରେ ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କୁ ଅମିତ୍ ଶାହା ଦେଇଥିବା ଟାସ୍କ କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳୀୟ ରଣନୀତି କଣ ହେବ, ସେ ନେଇ କର୍ମୀଙ୍କୁ ମନ୍ତ୍ର ଦେବ । ଏହି କାର୍ଯ୍ୟକ୍ରମରେ ୭୦ହଜାର କର୍ମୀ ଯୋଗ ଦେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ତେବେ ଓଡ଼ିଶାରେ ମୋଦିଙ୍କ ସ୍ୱର ନରମି ଯାଇଥିବା ବେଳେ କ’ଣ ରହିବ ଅମିତ ଶାହାଙ୍କ ଆଭିମୁଖ୍ୟ? ତା ଉପରେ ଆଜି ସମସ୍ତଙ୍କ ନଜର ରହିଛି ।

ଏବେ ବିଜେପି ଫୋକସରେ ଓଡିଶା । ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ରାଜନୈତିକ ଦଳଗୁଡିକ ମଧ୍ୟରେ ସେତିକି ତତ୍ପରତା ପ୍ରକାଶ ପାଉଛି । ବିଶେଷ କରି ଓଡିଶା ରାଜନୀତିରେ କେନ୍ଦ୍ରୀୟ ନେତାଙ୍କ ଭୂମିକା ବଢୁଛି । ଗତ କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଥର ଓଡିଶା ଗସ୍ତରେ ଆସି ସାରିଛନ୍ତି । ଆଉ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତି ଶାହାଙ୍କ ପାଳି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତ ୧୮ ତାରିଖରେ ଶାହାଙ୍କ ଓଡିଶା ଗସ୍ତ ବାତିଲ ହୋଇଥିବା ବେଳେ ଆଜି ଓଡ଼ିଶା ଆସୁଛନ୍ତି ।