ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ! ୫ଟି ପର୍ଯ୍ୟାୟରେ ବିଜେପି ନେତାଙ୍କ ସହ କରିବେ ଆଲୋଚନା

28

କନକ ବ୍ୟୁରୋ : ବିଜେପିର ମିଶନ ଓଡିଶା । ଆଜି ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସେ ଦିନ ୧ଟାରେ ଭୁବନେଶ୍ୱର ପହଂଚିବେ ବୋଲି ସୂଚନା ମିଳିଛି । ଗସ୍ତ ଅବସରରେ ଶାହା ୫ଟି ପର୍ଯ୍ୟାୟରେ ରାଜ୍ୟ ବିଜେପି ନେତାଙ୍କ ସହ କରିବେ ଆଲୋଚନା । ଆଜି ରାତିରେ ପାଲହାଇଟସରେ ବୁଦ୍ଧିଜୀବୀ ସମ୍ମିଳନୀରେ ସେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅମିତ ଶାହା ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ପୁଣି ରାଜ୍ୟ ନେତାଙ୍କ ସହ ଆଲୋଚନା କରିବେ । ସେହିପରି ୮ ତାରିଖରେ ସେ ବୁଥସ୍ତରୀୟ କର୍ମକର୍ତାଙ୍କୁ ଜନତା ମଇଦାନରେ ଉଦବୋଧନ ଦେବେ । ଜୁଲାଇରେ ଅମିଶ ଶାହା ଓଡିଶା ଆସିଥିଲେ ।

ଅମିତ ଶାହଙ୍କ ମିଶନ ଓଡିଶା । ଏବେ ଆସନ୍ତୁ ଜାଣିବା ବିଜେପି ଟାର୍ଗେଟରେ ଓଡିଶା କାହିଁକି । ୨୦୧୪ ନିର୍ବାଚନରେ ଉତ୍ତର ଭାରତରେ ବିଜେପିକୁ ସବୁଠାରୁ ଅଧିକ ସଫଳତା ମିଳିଥିଲା । କିନ୍ତୁ ୨୦୧୯ରେ ଏହି ସବୁ ରାଜ୍ୟଗୁଡିକରେ ବିଜେପି ସେହି ସଫଳତା ଦୋହରାଇନପାରେ । ତେଣୁ ବିଜେପି ଏବେ ଓଡିଶା ,  ଉତ୍ତର-ପୂର୍ବ ରାଜ୍ୟ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ଦକ୍ଷିଣ ରାଜ୍ୟଗୁଡିକ ଉପରେ ଫୋକସ କରିଛି । ଏହାଛଡା ୨୦୧୯ରେ ବିଜେପିର ଲକ୍ଷ୍ୟ ରହିଛି ୩୫୦ ପ୍ଲସ । ତେଣୁ ଏହାକୁ ସଫଳ କରିବା ପାଇଁ ଏକ ସ୍ୱତନ୍ତ୍ର ରଣନୀତି ଅନୁସାରେ କାମ କରୁଛନ୍ତି ଅମିଶ ଶାହା  ।

ଓଡିଶାରେ ବିଜେପିର ଲକ୍ଷ୍ୟ ରହିଛି ମିଶନ ୧୨୦ । ଏଥିପାଇଁ ସ୍ୱତନ୍ତ୍ର ରଣକୌଶଳ କରାଯାଉଛି । ସେପଟେ ବିଜେଡିର ମିଶନ ରହିଛି ୧୪୭ । ଆଉ କଂଗ୍ରେସର ମିଶନ ରହିଛି ୮୫ । ଏଠାରେ ବଡ ପ୍ରଶ୍ନ ଉଠୁଛି, ଅମିଶ ଶାହଙ୍କ ମିଶନ ଓଡିଶା ୧୨୦ କେତେ ସଫଳ ହେବ । ଓଡିଶାଙ୍କ ଭୋଟର ଏହାକୁ କେତେ ଗ୍ରହଣ କରିବେ ।