ପ୍ରସ୍ତୁତ ହେବ ରୂପରେଖ ! ରାଜ୍ୟ ବଜେଟ୍ ପାଇଁ ଆଜି ବସୁଛି ସର୍ବଦଳୀୟ ବୈଠକ

23

କନକ ବ୍ୟୁରୋ: ୨୦୧୭-୧୮ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ପାଇଁ ଆଜି ବସୁଛି ସର୍ବଦଳୀୟ ବୈଠକ । ଚଳିତ ବର୍ଷର ବଜେଟ୍ର ରୁପରେଖ କଣ ହେବ ସେନେଇ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଦୁଇ ମାସିଆ କାମଚଳା ବଜେଟ୍ ଆସିବ ନା ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ ସେନେଇ ଆଲୋଚନା ହୋଇପାରେ ।

ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ବଜେଟ୍ର ରୁପରେଖ ନେଇ ବିଭିନ୍ନ ଦଳ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଫେବୃୟାରୀ ୧ ତାରିଖରେ କେନ୍ଦ୍ର ବଜେଟ୍ ଆସିବାକୁ ଥିବା ବେଳେ ଏହି ବୈଠକରେ ବଜେଟ୍ ସେସନ୍ ସମୟସୀମା ନେଇ ମଧ୍ୟ ଆଲୋଚନା ହୋଇପାରେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-