ଆଜି ଜେଇଇ ମେନ ପ୍ରବେଶିକା ପରୀକ୍ଷା ! ପରୀକ୍ଷା ଦେଉଛନ୍ତି ୧୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ, ୨ ଟି ସିଟିଂରେ ପରୀକ୍ଷା

34

କନକ ବ୍ୟୁରୋ : ସାରା ଦେଶରେ ଆଜି ଅନୁଷ୍ଠିତ ହେଉଛି ଜେଇଇ ମେନ ପରୀକ୍ଷା । ଦେଶରେ ୧୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଓଡିଶାର ୮୨ କେନ୍ଦ୍ରରେ ପରୀକ୍ଷା ଦେବେ ୪୫ ହଜାର ପରୀକ୍ଷାର୍ଥୀ । ପରୀକ୍ଷା ପାଇଁ ରାଜ୍ୟର ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ହୋଇଛି ।

ଭୁବନେଶ୍ୱରରେ ସର୍ବାଧିକ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଇଂଜିନିୟରିଂ ଓ ଆର୍କିଟେକଚର ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ଜେଇଇ ମେନ ପରୀକ୍ଷା ୨ଟି ସିଟିଂରେ ହେବ । ସକାଳ ୯ଟା ୩୦ ରୁ ୧୨ଟା ୩୦ ଯାଏଁ ପେପର ୱାନ ଏବଂ ଅପରାହ୍ନ ୨ଟାରୁ ୫ଟା ଯାଏଁ ପେପର ଟୁ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।

ପ୍ରଥମ ସିଟିଂ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସକାଳ ୭ଟାରୁ ପରୀକ୍ଷା କେନ୍ଦ୍ର ଭିତରେ ଛଡାଯାଇଛି । ଗତ ଥର ପରି ଏଥର ମଧ୍ୟ ନିୟମ କଡାକଡି ରହିଛି । ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ କାଗଜ, କାଲକୁଲେଟର,ଘଂଟା, ମୋବାଇଲ ନେଇ ପାରିବେ ନାହିଁ । ସେହିପରି ଜୋତା, ବେଲଟ, ରିଙ୍ଗ, କାନଫୁଲ ପିନ୍ଧି ହଲ ଭିତରେ ଛାତ୍ରଛାତ୍ରୀ ପ୍ରବେଶ କରିପାରିବେ ନାହିଁ ।