ପବିତ୍ର ଅକ୍ଷୟ ତୃତୀୟା : ପିପିଲିରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

68

କନକ ବ୍ୟୁରୋ : ଶାସ୍ତ୍ର କହୁଛି, ଅକ୍ଷୟ ତୃତୀୟ ଦିନ ସତ୍ୟଯୁଗର ଆରମ୍ଭ ହୋଇଥିଲା । ଦେବତା ଓ ମୁନିଋଷି ମାନେ ହିଁ ପ୍ରଥମେ ଧରାବକ୍ଷରେ ଧାନ ବିହନ ବୁଣିଥିଲେ । ଫଳରେ ଆଜି ଚାଷୀ ତା କ୍ଷେତରେ ଅଖିମୁଠି ଅନୁକୁଳ କରିଥାଏ । ପୁରୀ ଜିଲ୍ଲା ପିପିଲି ଲକ୍ଷ୍ମୀନାରାୟଣପୁରରେ ଅଖିମୁଠୀ ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ଭାଇ ବର୍ଷର ପ୍ରଥମ ଚାଷ ଆରମ୍ଭ କରୁଥିବାରୁ ସାଂକେତିକ ଭାବେ ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିହନ ଓ ହଳ, ଲଙ୍ଗଳ ପ୍ରସ୍ତୁତ କରି ରଖାଯାଇଥିବାବେଳେ ବିହନ ପେଡିକୁ ଛୁଇଁବା ସହ ହଳ, ଲଙ୍ଗଳରେ ହାତରଖି ମୁଖ୍ୟମନ୍ତ୍ରୀ ଚାଷକାମର ଶୁଭାରମ୍ଭ କରିଛନ୍ତି । ଏଥର ଭଲ ମୌସୁମୀ ବର୍ଷା ହେବାନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଭଲ ଚାଷ ହେବାନେଇ ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଦେଖନ୍ତୁ ଏହି ଭିଡିଓ –