ରାମମନ୍ଦିର ନିର୍ମାଣ ପାଇଁ ଅଂଟା ଭିଡିଲା ବିଶ୍ୱ ହିନ୍ଦୁ ପରିଷଦ । ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ଧର୍ମସଭା,ସାମିଲ ହେବେ ୨ ଲକ୍ଷ ସମର୍ଥକ

ରାମଲୀଳା ମୈଦାନରେ ଏଥିପାଇଁ ଆୟୋଜନ କରାଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ

91

କନକ ବ୍ୟୁରୋ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ତୁରନ୍ତ ଆରମ୍ଭ କରିବା ଦାବିରେ ଆଜି ଦିଲ୍ଲୀରେ ଧର୍ମସଭା କରୁଛି ବିଶ୍ୱହିନ୍ଦୁ ପରିଷଦ । ରାମଲୀଳା ମୈଦାନରେ ଏଥିପାଇଁ ଆୟୋଜନ କରାଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଧର୍ମସଭାରେ ଯୋଗଦେବା ପାଇଁ ଦେଶବିଦେଶରୁ ହଜାର ହଜାର ସାଧୁ ସନ୍ଥ ଦିଲ୍ଲୀରେ ଆସି ପହଁଚିଛନ୍ତି । ଆଜିର ଏହି ଧର୍ମସଭାରେ ୩ଲକ୍ଷରୁ ଉର୍ଦ୍ଧ ଲୋକ ସାମିଲ ହେବେ ବୋଲି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି । ବିଶ୍ୱହିନ୍ଦୁ ସଂଗଠନ ପକ୍ଷରୁ କୁହାଯାଇଛି କିଛି ଲୋକଙ୍କ ପାଇଁ ରାମମନ୍ଦିର ନିର୍ମାଣ ପାଇଁ ପ୍ରାଥମିକତା ଥାଇ ନପାରେ କିନ୍ତୁ ଦେଶର ଏହା ପ୍ରାଥମିକତା ।

 

ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ତେବେ ଅନେକ ଦିନ ହୋଲଣି ରାମ ମନ୍ଦିର ନିର୍ମାଣ କରିବା ପାଇଁ ବିଭିନ୍ନ ସ୍ଥାନରେ ସଭାସମିତିର ଆୟୋଜନା କରାଯାଉଛି । ତେଣୁ ଲୋକମାନଙ୍କର ଏପରି ଭାବରେ ସମାଗମକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।