ଆଜି ସଂସଦରେ ଉପସ୍ଥାପନ ହେବ ୨୦୧୭-୧୮ ଆର୍ଥିକ ବର୍ଷର ସାଧାରଣ ବଜେଟ୍! ଆଗତ କରିବେ ଅର୍ଥମନ୍ତ୍ରୀ ଜେଟଲୀ

16

କନକ ବ୍ୟୁରୋ: ଆଜି ସଂସଦରେ ଉପସ୍ଥାପନ ହେବ ୨୦୧୭-୧୮ ଆର୍ଥିକ ବର୍ଷର ସାଧାରଣ ବଜେଟ୍ । ଏହାକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ଜେଟଲୀ ।ତେବେ ମାସକ ଆଗରୁ ବଜେଟ ଆଗତ ହେଉଥିବାରୁ ଲୋକଙ୍କ ମଧ୍ୟରେ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଛି ।

ସେପଟେ ଆୟକରରେ ରିହାତିକୁ ନେଇ ଟିକସଦାତାଙ୍କ ଆଶା ମଧ୍ୟ ଦେଖିବାକୁ ମିଳିଛି । ଏଥିସହ ନିର୍ବାଚନ ହେବାକୁ ଥିବା ରାଜ୍ୟପାଇଁ ବି ନୁଆ ଯୋଜନା ଘୋଷଣାର ସମ୍ଭାବନା ରହିଛି ।