ଆଜି ପଂଚାୟତ ପରୀକ୍ଷା ! ଭୋଟ ଦେଇ ୫ ବର୍ଷ ପାଇଁ ପ୍ରାର୍ଥୀଙ୍କୁ କ୍ଷମତା ଦେବେ ଭୋଟର

30

କନକ ବ୍ୟୁରୋ : ପାଂଚଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଆଜି , ଆସନ୍ତା ୧୫ ତାରିଖ, ୧୭, ୧୯ ଓ ୨୧ରେ ଭୋଟ ଗ୍ରହଣ କରାଯିବ । ୨କୋଟି ୬୦ଲକ୍ଷ ୬ ହଜାର ୩୪୮ ଭୋଟର ସେମାନଙ୍କ ପ୍ରତିନିଧି ନିର୍ବାଚନ କରିବେ । ଏଥର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୧ଲକ୍ଷ ୬ ହଜାର ୩୪୮ ଜନ ପ୍ରତିନିଧିଙ୍କୁ ଭୋଟର ନିର୍ବାଚିତ କରିବେ ।

ସେମାନଙ୍କ ଭିତରେ ଅଛନ୍ତି ୯୨ ହଜାର ୨୯ ୱାର୍ଡ ମେମ୍ବର, ୬ହଜାର ୮୦୨ ସରପଂଚ, ୬ହଜାର ୮୦୨ ସମିତିସଭ୍ୟ, ୮୫୩ ଜିଲ୍ଲାପରିଷଦ ସଭ୍ୟଙ୍କୁ ବାଛିବେ ଭୋଟର । ତେବେ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପ୍ରାୟ ଅଢେଇରୁ ତିନି ଲକ୍ଷ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୫୦ ପ୍ରତିଶତ ମହିଳା ।