ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ

111

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ୧୯୮୭ରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ମେ’ ୩୧ କୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରିଆସୁଛି । ସାରା ବିଶ୍ୱରେ ପ୍ରତିବର୍ଷ ତମାଖୁ ସେବନ କରି ପ୍ରାୟ ୬୦ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଆମ ଦେଶରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ତମାଖୁ ସେବନ କ୍ଷତିକାରକ ବୋଲି ବଡ ଆକାରରେ ଚିତ୍ରିତ କରିବାକୁ ନିୟମ ରହିଛି । ତମାଖୁ ଉତ୍ପାଦ ଉପରେ ସଚିତ୍ର ସଚେତନତାକୁ ବାଧ୍ୟତାମୂଳକ କରାଯାଇଛି ।୨୦୦୩ରୁ ତମାଖୁ ନିୟନ୍ତ୍ରଣ ଆଇନ୍- କୋଟପା ଲାଗୁ ହୋଇଛି । ଧାରା ୪ ଅନୁସାରେ ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ ଦଣ୍ଡନୀୟ ।୨୦୧୩ ଜାନୁଆରୀ ମାସରେ ଓଡିଶା ସରକାର ତମାଖୁ ବେପାର ଓ ସେବନ ନିଷେଧ କରିଛନ୍ତି । ତଥାପି ଦିନକୁ ଦିନ ବଢିବଢି ଚାଲିଛି ତମାଖୁ ସେବନକାରୀଙ୍କ ସଂଖ୍ୟା ।