ଗୁଟଖା ବୋଝେଇ ଗାଡିରୁ ଟଙ୍କା ଜବତ । ରାଜଗାଙ୍ଗପୁର ଜାମପାଲିରୁ ୯ କ୍ୱିଂଟାଲ ଗୁଟୁଖା ସହ ୬ ଲକ୍ଷ ଟଙ୍କା ଓ ରୂପା ମୂଦ୍ରା ଜବତ କଲା ପୁଲିସ

27

କନକ ବ୍ୟୁରୋ : ଗୁଟଖା ବୋଝେଇ ଗାଡିରୁ ଟଙ୍କା ଜବତ । ସୁନ୍ଦରଗଡ ରାଜଗାଙ୍ଗପୁର ଜାମପାଲିରୁ ୯ କ୍ୱିଂଟାଲ ଗୁଟୁଖା ସହ ୬ ଲକ୍ଷ ଟଙ୍କା ଜବତ କରିଛି ରାଜଗାଙ୍ଗପୁର ପୁଲିସ । ଏହାସହ ଗୁଟଖା ବୋଝେଇ ହୋଇଥିବା ପିକଅପ୍ ଭ୍ୟାନରୁ ୧୦ଟି ରୂପା ମୁଦ୍ରା ପୁଲିସ ହାତରେ ଲାଗିଛି । ଗାଡିଟି କଟକ ଜଗତପୁରରୁ ରାଜଗାଙ୍ଗପୁର ଯାଉଥିବା ବେଳେ ପୁଲିସ ଏହାକୁ ଜବତ କରିଛି । ଏହାସହ ଗୁଟଖା ବ୍ୟବସାୟୀ ଦୀପକ ଅଗ୍ରୱାଲ ଓ ଗାଡି ଡ୍ରାଇଭର ଗିରଫ ହୋଇଛନ୍ତି ।