ମୋଟାପଣ କମାଇବାକୁ ଚାହଁଛନ୍ତି କି ? ଏହି ପାନୀୟକୁ ଆପଣାନ୍ତୁ ।

56

ଆଜିକାଲି ବ୍ୟସ୍ତପଣ ଯୋଗୁ ଲୋକମାନେ ଠିକ ଭାବେ ନିଜର ଖାଇବା ପିଇବା ପ୍ରତି ଧ୍ୟାନ ଦେଇନଥାନ୍ତି । ତେଣୁ ଖରାପ ଖାଦ୍ୟପେୟ ଯୋଗୁ ଲୋକମାନେ ଅତ୍ୟଧିକ ମୋଟା ହୋଇଥାନ୍ତିି । ଫଳରେ ଲୋକମାନେ ନାନାପ୍ରକାର ରୋଗର ଶିକାର ହୋଇଥାନ୍ତି । ଧାଁଦୌଡ ଜୀବନ ଭିତରେ ଲୋକଙ୍କ ପାଖରେ ଜିମ ଯିବା ପାଇଁ ସମୟ ନଥାଏ । ଫଳରେ ଲୋକଙ୍କର ମୋଟାପଣ ବଢିଥାଏ । କିନ୍ତୁ ଆପଣ ମୋଟାପଣକୁ ନେଇ ଚିନ୍ତା କରନ୍ତୁ ନାହିଁ । କାରଣ ଜିମ ନଯାଇ ମଧ୍ୟ କିଛି ଡ୍ରିଙ୍କସ ବ୍ୟବହାର କରି ମୋଟାପଣ କମାଇପାରିବେ ।

-ସବୁଠୁ ଶସ୍ତା ଓ ସୁବିଧା ପାନୀୟ ହେଉଛି ପିଇବା ପାଣି । ଓଜନ ବା ମୋଟାପଣ କମାଇବା ପାଇଁ ଏହାକୁ ସମସ୍ତେ ବ୍ୟବହାର କରିବା ପାଇଁ ଡାକ୍ତରମାନେ କହିଥାନ୍ତି । ଗବେଶଣାରୁ ଜଣାପଡିଛି ଯେଉଁମାନେ ଦୈନିକ ଆଠ ଗ୍ଲାସ ପାଣି ପିଇଥାନ୍ତି ସେମାନଙ୍କର ମୋଟାପଣ ଶୀଘ୍ର କମିଥାଏ । ଆପଣ ଚାହିଁଲେ ଲେମ୍ବୁ ପାଣି ମଧ୍ୟ ପିଇପାରିବେ ।

-କ୍ଷୀରରେ ପ୍ରୋଟିନ, ଭିଟାମିନ ଡି ଏବଂ କ୍ୟାଲସିୟମ ଅଧିକ ପରିମାଣରେ ଥାଏ, ଯାହା ଆପଣଙ୍କ ହାଡକୁ ଶକ୍ତ କରାଇଥାଏ । ଭିଟାମିନ ଡି ଫ୍ୟାଟ ସେଲକୁ କମାଇଥାଏ । ତା ସହ ଶରୀରର ମେଟାବୋଲିଜିମକୁ ସୁସ୍ଥ ରଖିଥାଏ ।

-ବ୍ଲାକ କଫି ପିଇବା ଦ୍ୱାରା ଶରୀରରେ ମେଟାବୋଲିଜିମ ଠିକ ରଖିବା ସହ ଶରୀରରେ ଶକ୍ତି ବଢାଇଥାଏ । ବ୍ଲାକ କଫି ପିଇବା ଦ୍ୱାରା ଶରୀରରେ ଥିବା ଫ୍ୟାଟ କମାଇବାରେ ସାହାଯ୍ୟ କରିଥାଏ ।

-ଗ୍ରୀନ ଟିରେ ପ୍ରଚୁର ଆଂଟି ଅକ୍ସିଡାଂଟ ଅଛି । ଗ୍ରୀନ ଟି ଶରୀରର ଗ୍ଲୁକୋଜ ପରିମାଣ ଠିକ ରଖିବା ସହ ମୋଟା ପଣ କମାଇଥାଏ । ପ୍ରତିଦିନ ୩ରୁ ୪ଥର ଗ୍ରୀନ ଟି ପିଇବା ଦ୍ୱାରା ୩୫-୪୩ ପ୍ରତିଶତ ମୋଟାପଣ କମିଥାଏ । ଏହାର ଆହୁରି ଅନେକ ଉପକାରିତା ମଧ୍ୟ ଅଛି । ଏହା ଶରୀରରୁ ଅନେକ ରୋଗ କମାଇବାରେ ସାହାଯ୍ୟ କରିଥାଏ ।

-ମହୁ ମଧ୍ୟ ଶରୀରରେ ମେଟାବୋଲିଜିମ ଠିକ ରଖିବାରେ ସାହାଯ୍ୟ କରିଥାଏ । ଗରମ ପାଣିରେ ମହୁ ସହ ଲେମ୍ବୁ ମିଶାଇ ପିଇଲେ ଶୀଘ୍ର ମୋଟାପଣ କମିଥାଏ । ଖାଲି ପେଟରେ ପ୍ରତିଦିନ ସକାଳୁ ଏହାକୁ ପିଇଲେ ଏହା ଚର୍ବିକୁ କମାଇଥାଏ ।

-ଭେଜିଟେବୁଲ ଜୁଶ ପିଇବା ଦ୍ୱାରା ଖୁବଶୀଘ୍ର ମୋଟାପଣ କମାଇବା ସହ ଶରୀରରକୁ ଶକ୍ତି ପ୍ରଦାନ କରିଥାଏ । ଭେଜିଟେବୁଲ ଜୁଶରେ ପ୍ରଚୁର ପରିମାଣରେ ଭିଟାମିନ, ନ୍ୟୁଟ୍ରିଏଂଟ ଓ ମିନେରାଲ ରହିଛି ।