ପ୍ରେମ ପାଇଁ ! ପ୍ରେମିକକୁ ବିବାହ କରିବାକୁ ପ୍ରେମିକା ସାଜିଲା ଦେହଜୀବୀ

344

ନିଜ ପ୍ରେମର ଗଭୀରତାର ପ୍ରମାଣ ଦେବାକୁ ଯାଇ ଦେହଜୀବୀ ସାଜିଛନ୍ତି ଜଣେ ଯୁବତୀ । ପଞ୍ଜାବର ୨୬ ବର୍ଷୀୟ ରଭନୀତ୍ କୌର୍ ନାମକ ଏହି ଯୁବତୀଙ୍କ ସତ୍ୟତା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ରାଜସ୍ଥାନ ପୁଲିସ୍ ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ କରିଥିଲା ।

ସେକ୍ସ ରାକେଟ ସହ ସାମ୍ନାକୁ ଆସିଥିବା ରଭନୀତଙ୍କ କାହାଣୀ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା  । କାରଣ ରଭନୀତଙ୍କ କାହାଣୀ କୌଣସି ସିନେମାର କାହାଣୀ ଠାରୁ କମ୍ ନଥିଲା । ହଙ୍ଗ୍ କଙ୍ଗରେ ଜନ୍ମିତ ରଭନୀତ୍ ୨୦୦୮ରେ ପଞ୍ଜାବ ଆସିଥିଲେ ଏମବିଏ ପଢିବା ପାଇଁ  । ଆଉ ଏହି ସମୟରେ ସେ ରୋହିତ୍ ଶର୍ମା ନାମକ ଜଣେ ଯୁବକଙ୍କ ପ୍ରେମରେ ପଡିଥିଲେ  । ହେଲେ ସବୁ ସିନେମାର କାହାଣୀ ପରି ଏମାନଙ୍କ କାହାଣୀରେ ମଧ୍ୟ ଖଳନାୟକ ସାଜିଥିଲେ ରୋହିତଙ୍କ ପରିବାର ଲୋକ  । ଆଉ କହିଥିଲେ ଟଙ୍କା ରୋଜଗାର କରିବା ପରେ ହିଁ ସେମାନଙ୍କୁ ବିବାହକୁ ଅନୁମତି ଦେବେ  ।

ବାସ୍ ତାପରେ ନିଜ ପ୍ରେମକୁ ପାଇବା ପାଇଁ ଟଙ୍କା ରୋଜଗାରର ସହଜ ବାଟ ଖୋଜିଥିଲେ ରଭନୀତ୍ । ଆଉ ଆପଣେଇ ନେଇଥିଲେ ଏହି ପେସାକୁ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ରଭନୀତ୍ ତାଙ୍କ ସମସ୍ତ ରୋଜଗାର ପ୍ରେମିକ ରୋହିତଙ୍କ ପିଛା ଖର୍ଚ୍ଚ କରୁଥିଲେ । ରୋହିତଙ୍କ ପ୍ରତି ନିଜ ପ୍ରେମ ଏବଂ ତାଙ୍କ ପାଇଁ କିଛି ବି କରିଯିବାର ପାଗଳାମୀକୁ ଦେଖାଇବା ପାଇଁ ରଭନୀତ୍ ଏପରି କରୁଥିଲେ । ହେଲେ ରୋହିତ ଜାଣିନଥିଲେ ଯେ ରଭନୀତ୍ ଏପରି ଅସଦ୍ ଉପାୟରେ ଟଙ୍କା ରୋଜଗାର କରୁଥିଲେ । ଏପରିକି ରୋହିତ୍ ଜାଣି ପାରୁନଥିଲେ ଯେ ରଭନୀତ୍ ତାଙ୍କୁ କେତେ ଗୁରୁତ୍ୱ ଦିଅନ୍ତି ।

ତେବେ ରଭନୀତଙ୍କ ସହ ରାକେଟରେ ଥିବା ଅନ୍ୟ ସଦସ୍ୟ ନାକେବଳ ଦେହ ବ୍ୟବସାୟରେ ଲିପ୍ତ ଥିଲେ ବରଂ ଟଙ୍କା ପାଇଁ ଧନୀ ଲୋକଙ୍କୁ ବ୍ଲାକ୍ ମେଲ୍ ମଧ୍ୟ କରୁଥିଲେ । ଫଳରେ ଦେହ ବ୍ୟବସାୟ ଓ ବ୍ଲାକ୍ ମେଲ୍ ଅଭିଯୋଗରେ ରଭନୀତଙ୍କୁ ପୁଲିସ୍ ଗିରଫ କରିଥିବା ପ୍ରକାଶ କରିଛି ଇଣ୍ଡିଆ ଟାଇମ୍ସ ।