କେଉଁଠି ବ୍ୟବହାର ହୋଇଛି ଆପଣଙ୍କ ଆଧାରକାର୍ଡ ! ଜାଣିବା ପାଇଁ ଆପଣାନ୍ତୁ କିଛି ସରଳ ଟିପ୍ସ

43

ଡିଜଟାଲ ହେଉଛି ଭାରତ ! ଏବେ ପ୍ରତ୍ୟେକ କ୍ଷେତ୍ରରେ ଆଧାରକାର୍ଡ ନିତାନ୍ତ ଆବଶ୍ୟକ । ମୋବାଇଲ ସିମ ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏବେ ଆଧାରାକାର୍ଡ ଲିଙ୍କର ଆବଶ୍ୟକତା ପଡୁଛି । ଅଧିକାଂଶ ସରକାରୀ କାମରେ ଆଧାରକାର୍ଡକୁ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଉଛି । ଆଧାରକାର୍ଡର ବହୁଳ ବ୍ୟବହାର ସଙ୍ଗେ ସଙ୍ଗେ ଏବେ ଏହାର ଅପବ୍ୟବହାର ମଧ୍ୟ କରାଯାଉଛି । ଆଉ ଏହାକୁ ରୋକିବାକୁ ଆଧାରକାର୍ଡ ଅଥରିଟି ୟୁଆଇଡିଏଆଇ ଏକ ନୂଆ ସୁବିଧା ଅ।।ରମ୍ଭ କରିଛି । ଯାହା ସାହାଯ୍ୟରେ ଘରେ ବସି ଜାଣି ପାରିବେ ଆପଣଙ୍କ ଆଧାରକାର୍ଡ କେଉଁ କେଉଁ ସ୍ଥାନରେ ବ୍ୟବହାର ହୋଇଛି ।

maxresdefaultୟୁଆଇଡିଏଆଇର ଏହି ନୂଆ ସୁବିଧା ଅନୁଯାୟୀ, କେବଳ ଯେ ଆଧାରକାର୍ଡ କେଉଁ କେଉଁ ସ୍ଥାନରେ ବ୍ୟବହାର ହୋଇଛି ଜାଣିପାରିବେ ତାହା ନୁହେଁ ବରଂ ଆପଣଙ୍କ ଆଧାରକାର୍ଡର ଅପବ୍ୟବହାର ହୋଇଥିବା ଆଶଙ୍କା ସୃଷ୍ଟି ହେଲେ ଅଭିଯୋଗ ମଧ୍ୟ କରିପାରିବେ ।

ଆଧାରକାର୍ଡର ଅପବ୍ୟବହାର ବିଷୟରେ ଜାଣିବେ କେମିତି :
ଯଦି ଆପଣଙ୍କ ଆଧାରାକାର୍ଡର ଅପବ୍ୟବହାର ହେଉଥାଏ ତେବେ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ ଖୋଲି ଏ ବାବଦରେ ଜାଣିପାରିବେ । ଏଥିପାଇଁ ପ୍ରଥମେ ୟୁଆଇଡିଏଆଇ ସାଇଟ ଖୋଲିବା ଆବଶ୍ୟକ । ଏହି ସାଇଟରେ ଆଧାର ଅଥନେଟିକେସନ ହିଷ୍ଟ୍ରିର ଏକ ବିକଳ୍ପ ଦେଖା ଦେବ । ଏହି ଅପ୍ସନ ଉପରେ କ୍ଲିକ୍ କରିବା ପରେ ଏକ ନୂଆ ସାଇଟ ଖୋଲିବ । ଯେଉଁଠି ଆପଣଙ୍କୁ ଆଧାରକାର୍ଡ ନମ୍ବର ଦେବାକୁ ପଡିବ । ଏହାସହ ସାଇଟରେ ଥିବା କାପଚା ମଧ୍ୟ ଦେବା ଆବଶ୍ୟକ ।

ଏହାପରେ କେଉଁ ସମୟରୁ କେଉଁ ସମୟ ପର୍ଯ୍ୟନ୍ତ ତଥ୍ୟ ଦରକାର ସେନେଇ ସାଇଟରେ ଉଲ୍ଲେଖ କରିବାକୁ ପଡିବ । ଏହାପରେ ଓଟିପି ପାଇବା ପାଇଁ ଦିଆଯାଇଥିବା ବିକଳ୍ପ ଉପରେ କ୍ଲିକ କରିବାକୁ ପଡିବ ।ଆଧାରକାର୍ଡ ସହ ଯେଉଁ ମୋବାଇଲ ନମ୍ବର ଲିଙ୍କ କରାଯାଇଥିବା ସେହି ନମ୍ବରରେ ଓଟିପି ପହଞ୍ଚଯିବ । ଓଟିପି ନମ୍ବରକୁ ସାଇଟରେ ଦେବା ପରେ ଆପଣ ଯେଉଁ ସମୟର ତଥ୍ୟ ଖୋଜୁଥିବେ ସେହି ଅବଧିର ସମସ୍ତ ତଥ୍ୟ ଉପଲବ୍ଧ ହୋଇଯିବ । ସମ୍ପୂର୍ଣ୍ଣ ତଥ୍ୟ ଦେଖିବା ପରେ ଯଦି ଆପଣଙ୍କୁ ଆଧାରାକାର୍ଡର ଅପବ୍ୟବହାର ନେଇ ସନ୍ଦେହ ସୃଷ୍ଟି ହୁଏ ତେବେ ୟୁଆଇଡିଏଆଇର ୱେବସାଇଟ କିମ୍ବା ୧୯୪୭ ନମ୍ବରରେ କଲ କରି ଅଭିଯୋଗ କରିପାରିବେ ।