୧୦ଦିନ ପରେ ବେକାର ହୋଇଯିବ ଆପଣଙ୍କ ଆଧାର କାର୍ଡ !  ୟୁଆଇଡିଏଆଇ କରୁଛି ବଡ ପରିବର୍ତ୍ତନ ।

33

ଆଉ ମାତ୍ର ୧୦ଦିନ ପରେ ଆପଣଙ୍କ ଆଧାରକାର୍ଡ ବେକାର ହୋଇଯିବ ।  ଆଧାର ପଞ୍ଜୀକୃତ କରୁଥିବା ସଂସ୍ଥା (ୟୁଆଇଡିଏଆଇ) ତରଫରୁ ଆଧାରକାର୍ଡରେ ଏକ ବଡଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାକି ଆପଣ ଆଧାରକାର୍ଡର ସୁରକ୍ଷା ଦେବାରେ ସହାୟତା ହେବ । (ୟୁଆଇଡିଏଆଇ) ଆଧାର କାର୍ଡ ସିକ୍ୟୁରିଟିକୁ ଗରୁତ୍ୱ ଦେଇ ଏକ ନୂତନ ଭର୍ଚ୍ୟୁଆଲ-ଆଇଡିର ଅପସନ ଦ୍ୱାରା ଆଧାରର ଲିଙ୍କ କରାଇ ଦିଆଯିବ । ଆସନ୍ତା ଜୁନ ପହିଲାରୁ ଏହି ଭର୍ଚ୍ୟୁଆଲ ଆଇଡିର ସେବା ଆପଣ ଉଠାଇ ପାରିବେ । ଏବଂ ଏହାଦ୍ୱାରା ଅନେକ ଯୋଜନାରେ ଆପଣଙ୍କୁ ଆଉ ଆଧାର ନମ୍ବର ଦେବାକୁ ପଡିବ ନାହିଁ ବୋଲି (ୟୁଆଇଡିଏଆଇ) ତରଫରୁ ସୂଚନା ଦିଆଯାଇଛି ।

 କ’ଣ ଏହି ଭର୍ଚ୍ୟୁଆଲ ଆଇଡି ?

ୟୁଆଇଡିଏଆଇ ତରଫରୁ ଆଧାର ଭର୍ଚ୍ୟୁଆଲ ଆଇଡି ଏକ ପ୍ରକାରର ଟେମ୍ପରାରୀ ନମ୍ବର ଯାହାକି ୧୬ଅଙ୍କ ବିଶିଷ୍ଟ ହୋଇଥିବା ସୂଚନା ମିଳିଛି ।  ୟୁଆଇଡିଏଆଇ ପ୍ରତ୍ୟେକ ଆଧାରଧାରୀଙ୍କୁ  ଏହି ଭର୍ଚ୍ୟୁଆଲ ଆଇଡି ପ୍ରଦାନ କରିବ । ଏହା ଦ୍ୱାରା ଆପଣ ୧୨ ଅଙ୍କ ବିଶିଷ୍ଟ ଆଧାରକାର୍ଡର ନମ୍ବରକୁ ବାଦ ଦେଇ ପାଇଥିବା ୧୬ ଅଙ୍କ ବିଶିଷ୍ଟ ଭର୍ଚ୍ୟୁଆଲ ଆଇଡିକୁ ବ୍ୟବହାର କରିପାରିବେ ।  ଏହାଦ୍ୱାରା ଆପଣଙ୍କ ପୂର୍ବ ଆଧାର ନମ୍ବର ସୁରକ୍ଷିତ ରହିବ ବୋଲି (ୟୁଆଇଡିଏଆଇ) କହିଛନ୍ତି ।

 କେମିତି ଜେନେରେଟ କରିବେ ଏହି ଭର୍ଚ୍ୟୁଆଲ ଆଇଡି :

ଆଧାର ଭର୍ଚ୍ୟୁଆଲ ଆଇଡି (ୟୁଆଇଡିଏଆଇ)ର ଅଫିସିଆଲ ପୋର୍ଟାଲକୁ ଯାଇ ଆପଣ ଜେନେରେଟ କରିପାରିବେ । ଏହା ଏକ ଡିଜିଟାଲ ଆଇଡି ଯାହା ଅନେକ ଥର ଜେନେରେଟ କରାଯାଇପାରିବ ।  ଏବଂ ଏହି ଭର୍ଚ୍ୟୁଆଲ ଆଇଡିର କେବଳ ଗୋଟିଏ ଦିନର ବୈଦ୍ଧତା ହିଁ ରହିବ । ତେଣୁ ଆଧାରକାର୍ଡ ଉପଭୋକ୍ତାମାନେ ଦିନକ ପରେ ପୁଣି ଏହାକୁ ରି-ଜେନେରେଟ କରି ପାରିବେ ବୋଲି ୟୁଆଇଡିଏଆଇ ତରଫରୁ କୁହାଯାଇଛି । ଏହି ଭର୍ଚ୍ୟୁଆଲ ଆଇଡି କେବଳ (ୟୁଆଇଡିଏଆଇ) ଅଫିସିଆଲ ୱେବସାଇଟରେ ହିଁ ଜେନେରେଟ କରିବାର ସୁବିଧା ମିଳିବ ।