ସାବଧାନ ପାକିସ୍ତାନ ! ଆତଙ୍କୀକୁ କଡା ଜବାବ ଦେବ ଭାରତ, ସୀମା ଜଗିବେ ଭାରତୀୟ ସ୍ନାଇପର ।

36

ଭାରତ ପାକିସ୍ତାନ ସୀମାରେ ପାକିିସ୍ତାନ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି । ଏପରିକି ସୀମାରେ ଥିବା ପାକିସ୍ତାନ ସେନାର ଲଞ୍ଚିଙ୍ଗ ପ୍ୟାଡରେ ଆତଙ୍କୀ ମାନେ ଏକାଠି ହୋଇଥିବା ଜଣାପଡିଛି । ଏବଂ ଏହି ଆତଙ୍କବାଦୀମାନେ ଅମରନାଥ ଯାତ୍ରା ଉପରେ ନଜର ରଖିଥିବା ଆଶଙ୍କା କରାଯାଉଛି । ଗୁଇନ୍ଦା ବିଭାଗର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନା ଏହି ଆତଙ୍କବାଦୀ ମାନଙ୍କର ସହାୟତା ନିମନ୍ତେ ସ୍ନାଇପର ମଧ୍ୟ ଯୋଗାଇଛି । ଏବଂ ପାକିସ୍ତାନୀ ସ୍ନାଇପର ଆମ ଯବାନ ମାନଙ୍କ ଉପରେ ହମଲା କରୁଥିବା ଜଣାପଡିଛି । ଏବେ ଏହାର ଜବାବ ଦେବା ପାଇଁ ପ୍ରସ୍ତୁତ ହୋଇଯାଇଛି ଭାରତୀୟ ସେନା । ପାକିସ୍ତାନର ଏଭଳି କାର୍ଯ୍ୟକଳାପ ଉପରେ ଟାର୍ଗେଟ କରିବା ପାଇଁ ବିଏସଏଫ ମଧ୍ୟ ସ୍ନାଇପର ଟିମ୍ ପ୍ରସ୍ତୁତ କରୁଛି ।

ତେବେ ଜୁନ ୩ ତାରିଖରେ ଜାମ୍ମୁର ସୁନ୍ଦରବାନୀ ପୋଷ୍ଟରେ ରାତି ୧.୧୫ ମିନିଟରେ କିଛି ଏପରି ଘଟଣା ଘଟିଥିଲା ଯେଉଁ କାରଣରୁ ସୀମାରେ ସ୍ନାଇପର ଟିମ୍ ନିୟୋଜିତ କରିବା ଆବଶ୍ୟକ ପଡିଥିଲା । ତେବେ ଯାଞ୍ଚ ପରେ ଜଣାପଡିଛି ଯେ, ଏହି ଆକ୍ରମଣ ପଛରେ ପାକିସ୍ତାନ ସେନାର ଏକ ସ୍ନାଇପର ଟିମର ହାତ ଥିବା ଜଣାପଡିଛି । ତେବେ ଏଭଳି ଘଟଣା ପାକିସ୍ତାନ ପ୍ରଥମ ଥର ପାଇଁ କରିନାହିଁ, ଆଗରୁ ମଧ୍ୟ ପାକିସ୍ତାନ ଏଭଳି କାର୍ଯ୍ୟକଳାପରେ ସାମିଲ ହୋଇସାରିଛି । ଯାହା ଫଳରେ ଆମର ଶହ ଶହ ଯବାନ ଶହିଦ ହୋଇଯାଇଛନ୍ତି । ତେବେ ଏହାର ଜବାବ ଦେବା ପାଇଁ ଏବଂ ପାକିସ୍ତାନର ଏହି ସ୍ନାଇପର ମାନଙ୍କୁ ଟକ୍କର ଦେବା ପାଇଁ ଭାରତ ପୁରା ପ୍ରସ୍ତୁତ କରିସାରିଛି ।

ଭାରତ ପ୍ରସ୍ତୁତ କରିଥିବା ଏହି ସ୍ନାଇପର ଟିମ ଧୈର୍ଯ୍ୟର ସହ ଶତ୍ରୁ ପକ୍ଷଙ୍କୁ ନିପାତ କରିବା ପାଇଁ ଅପେକ୍ଷା କରିଥାନ୍ତି । ଏପରିକି ଏହି ଅପେକ୍ଷା ଅତ୍ୟନ୍ତ ଲମ୍ବା ମଧ୍ୟ ହୋଇପାରେ । କିନ୍ତୁ ମିସନକୁ ସଫଳ କରାଇଥାନ୍ତି । ପ୍ରତ୍ୟକ ସ୍ନାଇପରଙ୍କୁ ଗୋଟିଏ କଥା କୁହାଯାଇଥାଏ ଯେ, ଗୋଟିଏ ଶତ୍ରୁ, ଗୋଟିଏ ଟାର୍ଗେଟ । ଏଠାରେ ଭୁଲ ହେବାର କୌଣସି ସମ୍ଭାବନା ନଥାଏ ।