ଚେତିଲା ନାହିଁ ପ୍ରଶାସନ : ଦୁର୍ଘଟଣା ରୋକିବାକୁ ଗାଈ ବେକରେ ରେଡିୟମ ପଟି ବାନ୍ଧିଲେ ଯୁବକ

127

କନକ ବ୍ୟୁରୋ : ସୁନ୍ଦରଗଡ ସହରର ରାସ୍ତା ଉପରେ ବୁଲୁଥିବା ଗାଈଗୋରୁଙ୍କ ବେକରେ ଏବେ ରେଡିୟମ ପଟି ଝୁଲୁଥିବାର ଦେଖିବାକୁ ମିଳୁଛି । ତେବେ ଏହା ପଛରେ ଏକ କାରଣ ମଧ୍ୟ ଲୁଚି ରହିଛି । ରେଡିୟମ ଅନ୍ଧାରରେ ଚକଚକ କରିଥାଏ । ତେଣୁ ଦୁର୍ଘଟଣା ରୋକିବା ପାଇଁ ରାସ୍ତାରେ ବୁଲୁଥିବା ଗାଈଙ୍କ ବେକରେ ଲଗାଯାଇଛି ରେଡିୟମର ପଟି । ଆଉ ଏହି ରେଡିୟମ ପଟି ମଧ୍ୟ ବହୁତ ଦୂରରୁ ଚକଚକ କରୁଛି । ତେଣୁ ଅନେକ ସମୟରେ ବାଇକ ଆରୋହୀ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇ ଯାଉଛନ୍ତି । ତେବେ ରାସ୍ତା ଉପରେ ଶୋଇରହୁଥିବା ଏହି ବୁଲା ଗାଈ ଗୋରୁଙ୍କ ବେକରେ ରେଡିୟମର ପଟି ବାନ୍ଧିଛନ୍ତି ସୁନ୍ଦରଗଡର କିଛି ଯୁବକ । ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଯୁବକ ମାନେ ଏଭଳି ପଦକ୍ଷେପ ହାତକୁ ନେଇଛନ୍ତି ।

cow 2ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ସ୍ଥାନୀୟ ଯୁବକ ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମିତି କିଛି ପଦକ୍ଷେପ ନେଇନଥିଲା ପ୍ରଶାସନ । ଫଳରେ ଦିନ ଗଡିବା ସେହି ରାସ୍ତାରେ ଦୁର୍ଘଟଣା ମଧ୍ୟ ବଢି ଚାଲିଥିଲା । ତେଣୁ ପ୍ରଶାସନର ସାହାଯ୍ୟକୁ ଅପେକ୍ଷା ନ କରି ସ୍ଥାନୀୟ ଯୁବକ ଏକ ନୂଆ ପଦକ୍ଷେପ ହାତକୁ ନେଇଥିଲେ । ରାତି ହେବା ମାତ୍ରେ ବୁଲିବୁଲି ବୁଲା ଗୋରୁଗାଈଙ୍କ ବେକରେ ରେଡିୟମ ପଟି ବାନ୍ଧିବା ଆରମ୍ଭ କରିଥିଲେ ।

cow 1ଗତ କିଛିମାସ ହେବ ସୁନ୍ଦରଗଡ ସହରର ରାସ୍ତା ଉପରେ ରାଜ କରୁଛନ୍ତି ଗାଈଗୋରୁ । ସନ୍ଧ୍ୟା ନଇଁବା ମାତ୍ର ସହରର ପ୍ରମୁଖ ରାସ୍ତା ଉପରକୁ ଚାଲି ଆସନ୍ତି ବୁଲା ଗାଈ ଗୋରୁ । ଫଳରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । କେବଳ ଏତିକି ନୁହେଁ ଅନ୍ଧାରରେ ଏହି ବୁଲା ଗାଈଗୋରୁ ବୁଲୁଥିବାରୁ ଗତ କିଛିଦିନ ଭିତରେ ଦୁର୍ଘଟଣା ଘଟି ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିିଛି । ତା ଛଡା ଅନେକ ଲୋକ ଖଣ୍ଡିଆ ଖାବରା ମଧ୍ୟ ହୋଇଛନ୍ତି । ଏପରିକି ବୁଲା ଗାଈଗୋରୁଙ୍କ ଉପରେ ମଧ୍ୟ ଗାଡି ଚଢିଯାଉଛି । ଏସବୁ ଘଟଣା ପରେ ମଧ୍ୟ ପ୍ରଶାସନର ଚେତା ପଶି ନଥିଲା ।

cow 4କିନ୍ତୁ କିଛିଦିନ ପୂର୍ବେ ନିଜ ସାଙ୍ଗକୁ ଦୁର୍ଘଟଣାରେ ହରାଇବା ପରେ କିଛି ସ୍ଥାନୀୟ ଯୁବକ ଆରମ୍ଭ କରିଥିଲେ ଏକ ନୂଆ ପ୍ରୟାସ । ରାତି ଅଧିକ ହେବା ପରେ ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କ ବେକରେ ରେଡିୟମ ପଟି ବାନ୍ଧି ଦୁର୍ଘଟଣା ରୋକିବାକୁ ସ୍ଥିର କରିଥିଲେ । ଏଥିପାଇଁ କୌଣସି ପ୍ରଶାସନିକ ସାହାଯ୍ୟ ନ ନେଇ ନିଜ ଟଙ୍କାରେ ରେଡିୟମ ପଟି କିଣି ଗାଈଗୋରୁଙ୍କ ବେକରେ ବାନ୍ଧିବା କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ କହିବା ଅନୁଯାୟୀ, ବାରମ୍ବାର ପ୍ରଶାସନକୁ ଗୁହାରି କରିବା ପରେ ମଧ୍ୟ ପ୍ରଶାସନ ଶୁଣିଲା ନାହିଁ । ତେଣୁ ସେମାନେ ଏପରି କରିବାକୁ ନିଷ୍ପତି ନେଲେ ।

ତା ଛଡା ରାତିରେ ଗାଡି ମଟର ଲାଇଟ ଶୋଇ ରହିଥିବା ଗାଈ ଗୋରୁଙ୍କ ବେକରେ ଲାଗିଥିବା ପଟି ଉପରେ ପଡିଲେ ଏହା ଚମକିବ ।ଏଥିରେ ଗାଡି ଚାଳକ ସର୍ତକ ହୋଇ ଗାଡି ଚଳାଇବ । ଫଳରେ ଦୁର୍ଘଟଣା ହ୍ରାସ ପାଇବ । ସ୍ଥାନୀୟ ଯୁବକଙ୍କ ଏଭଳି ପଦକ୍ଷେପକୁ ସହରବାସୀ ପ୍ରଂଶସା କରିଛନ୍ତି । କିନ୍ତୁ ଏବେ ବି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି ପ୍ରଶାସନ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।